ଖେଳ

Smriti Mandhana: ସ୍ମୃତି ମନ୍ଧନା ଭାରତର ନୂଆ ଅଧିନାୟିକା, ଦାୟିତ୍ୱ ମିଳିବା ପରେ ହରମନଙ୍କୁ ଦେଲେ ଧନ୍ୟବାଦ…

ନୂଆଦିଲ୍ଲୀ,୦୭/୧୦; ଭାରତୀୟ ମହିଳା କ୍ରିକେଟ ଦଳର ସବୁଠୁ ସଫଳ ଅଧିନାୟିକା ହର୍ମନପ୍ରୀତ କୌର ନେତୃତ୍ୱ ଛାଡ଼ିଛନ୍ତି । ଗତ ସୋମବାର ଗୌହାଟୀରେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ, ମୁଖ୍ୟ କୋଚ୍ ଅମୋଲ ମଜୁମଦାର, ହର୍ମନପ୍ରୀତ ଓ ସ୍ମୃତି ମନ୍ଧନାଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ଏହାର ଦିନକ ପରେ ହର୍ମନପ୍ରୀତ ସୋସିଆଲ୍ ମିଡିଆ ଇନ୍‌ଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ କରି ନେତୃତ୍ୱ ଛାଡ଼ିବା ବିଷୟରେ ଘୋଷଣା କରିଛନ୍ତି । ତାଙ୍କ ସ୍ଥାନରେ ସ୍ମୃତି ମନ୍ଧନାଙ୍କୁ ନୂଆ ଅଧିନାୟିକା ନିଯୁକ୍ତ କରାଯାଇଛି । ସେ ୩ଟି ଯାକ ଫର୍ମାଟରେ ଦଳର ନେତୃତ୍ୱ ନେବେ । ଆସନ୍ତା ଜିମ୍ବାୱେ ବିପକ୍ଷ ଘରୋଇ ସୀମିତ ଓଭର କ୍ରିକେଟ୍ ସିରିଜ ପାଇଁ ଦଳ ଘୋଷଣା କରିଯାଇଛି ।

ନୂଆ ଅଧିନାୟିକା ହେଲେ ସ୍ମୃତି ମନ୍ଧାନା- ହରମନପ୍ରୀତ କୌରଙ୍କ ଅନୁପସ୍ଥିତିରେ ମନ୍ଧାନା ପୂର୍ବରୁ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଥିଲେ । ମନ୍ଧାନା ଏପର୍ଯ୍ୟନ୍ତ ୧୮ଟି ଟି-୨୦ ଓ ୪ଟି ଦିନିକିଆ ମ୍ୟାଚ୍ ରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି । ସେ କୌରଙ୍କ ଡେପୁଟି ମଧ୍ୟ ଥିଲେ ଏବଂ ବର୍ତ୍ତମାନ ତାଙ୍କୁ ଅଧିନାୟକ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗତକାଲି କୌର ଅଧିନାୟକତ୍ୱରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ । ନେତୃତ୍ୱ ଭୂମିକା ପାଇଁ ମନ୍ଧାନା ପୂର୍ବରୁ ପ୍ରସ୍ତୁତ ହୋଇସାରିଥିଲେ। ତାଙ୍କୁ କୌରଙ୍କ ଡେପୁଟି କରାଯାଇଥିଲା ଏବଂ ତାଙ୍କ ଅନୁପସ୍ଥିତିରେ ସେ ଟିମ୍ ଇଣ୍ଡିଆର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏବେ ସେ ଦଳର ସ୍ଥାୟୀ କ୍ୟାପ୍ଟେନ୍ । ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ମଧ୍ୟ ମନ୍ଧାନାଙ୍କର ଅଧିନାୟକତ୍ୱର ଅଭିଜ୍ଞତା ରହିଛି । ତାଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୨ଥର ଟାଇଟଲ ଜିତିଛି । ଏବେ ତାଙ୍କ କାନ୍ଧରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ଦାୟିତ୍ୱ ରହିଛି ।

ଭାରତୀୟ ଦଳର ଅଧିନାୟକ ହେବା ପରେ ମନ୍ଧାନା ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଭାରତର ଅଧିନାୟକ ଦାୟିତ୍ୱ ମିଳିବା ମୋ ପାଇଁ ସମ୍ମାନର ବିଷୟ । ଭାରତ ପାଇଁ ଖେଳିବା ମୋ ପାଇଁ ସର୍ବଦା ବହୁତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଦଳର ନେତୃତ୍ୱ ନେବାର ସୁଯୋଗ ପାଇବା ମୋ ପାଇଁ ବହୁତ ମୂଲ୍ୟବାନ ହେବ । ମୁଁ ବିସିସିଆଇ, ଚୟନକର୍ତ୍ତା, ମୋର ସାଥୀ ଖେଳାଳି ଏବଂ ଏହି ଯାତ୍ରାରେ ମୋତେ ସମର୍ଥନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ”

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button