ରାଶିଫଳ

Horoscope 2026 October 08: ଜାଣନ୍ତୁ ଆଜିର ରାଶିଫଳ…

କୌଣସି କାରଣକୁ ନେଇ ଅଶାନ୍ତିରେ ଥିଲେ ପିଲାଙ୍କ ସହିତ କିଛି ସମୟ ବିତାନ୍ତୁ ଆପଣଙ୍କ ମନ ଠିକ୍ ହୋଇଯିବ। ଘର ଓ ଦୋକାନ କିଣିବା ଲାଗି ଦିନଟି ଶୁଭ। ବେପାରରେ ଲାଭ ହେବ। ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ନିର୍ବାହ କରିବେ।

‌ମେ‌ଷ: କୌଣସି କାରଣକୁ ନେଇ ଅଶାନ୍ତିରେ ଥିଲେ ପିଲାଙ୍କ ସହିତ କିଛି ସମୟ ବିତାନ୍ତୁ ଆପଣଙ୍କ ମନ ଠିକ୍ ହୋଇଯିବ। ଘର ଓ ଦୋକାନ କିଣିବା ଲାଗି ଦିନଟି ଶୁଭ। ବେପାରରେ ଲାଭ ହେବ।

ମିଥୁନ: ପରିବାରର ସମସ୍ତଙ୍କୁ ଖୁସି ରଖିବା ଚେଷ୍ଟାରେ ଲାଗି ରହିବେ। ବନ୍ଧୁ ସହିତ ସମ୍ବନ୍ଧ ଭଲ ରହିବ। ଆପଣଙ୍କ ଭିତରେ ତ୍ୟାଗ ଓ ସହଯୋଗର ଭାବନା ରହିବ। ଜୀବନରେ ନକାରାତ୍ମକତା ଦୂର ହେବ।
କର୍କଟ: ଦୀର୍ଘ ଦିନରୁ ଲାଗି ରହିଥିବା ଅଶାନ୍ତିର ସମାଧାନ ବାହାର କରିନେବେ। ଲୋକଙ୍କର ବିଚାର ଓ ଆପଣଙ୍କ ସଂପର୍କରେ କହିଥିବା କଥାକୁ ନେଇ ମନେ ମନେ ଅଶାନ୍ତ ହୋଇପାରନ୍ତି।
ସିଂହ: ଆପଣଙ୍କ ବାଣୀରେ କଠୋରତା ଆସିପାରେ। ଆୟର ନୂଆ ଉତ୍ସ ପାଇବେ। ଅନ୍ୟମାନଙ୍କ ପ୍ରତି ସେହ୍ନ ଓ ଭକ୍ତିଭାବ ମନୋବୃତ୍ତି ବଜାୟ ରଖନ୍ତୁ। ବଡ଼ଙ୍କ ଠାରୁ ପରାମର୍ଶ ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
କନ୍ୟା: କୌଣସି ମହତ୍ବପୂର୍ଣ୍ଣ ଚର୍ଚ୍ଚାରେ ସାମିଲ ହେବାର ମଉକା ପାଇବେ। ଆପଣଙ୍କ ସହଭାଗୀତା ବହୁତ ଭଲ ରହିବ। ଦାମ୍ପତ୍ୟ ଜୀବନରେ ସନ୍ତୋଷ ବୃଦ୍ଧି ହେବ। ବନ୍ଧୁ ଆପଣଙ୍କଠାରୁ ପରାମର୍ଶ ନେଇପାରନ୍ତି।

 

ତୁଳା: ଘର ନିର୍ମାଣ କାର୍ଯ୍ୟ ଶୀଘ୍ର ପୂରା ହେବ। ଅଫିସରେ ବ୍ୟବହାର ଭଲ ବଜାୟ ରଖନ୍ତୁ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତାନ୍ତର ଦୂର ହେବ। ରାଜନୀତି ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।‌

ବିଛା: ଆପଣଙ୍କର ସବୁ ଅଶାନ୍ତି ଅନ୍ତ ହେବ। ସଫଳତାର ନୂଆ କିରଣ ଦେଖାଦେବ। ଆର୍ଥିକ କ୍ଷେତ୍ରରେ ବିକାଶ ଯୋଗ ଅଛି। ଗାଡ଼ି କିଣିବା ପାଇଁ ସମୟ ସାଥ ଦେବ। ସ୍ବାସ୍ଥ୍ୟ ଚୈତନ୍ୟ ରହିବ। ‌

ଧନୁ: ଆପଣଙ୍କ ଉପରେ ଭଗବାନଙ୍କ କୃପା ରହିବ। ବେପାର ବଢ଼ାଇବା ପାଇଁ କରିଥିବା ଯୋଜନାରୁ ଲାଭ ପାଇବେ। ଚାକିରିରେ ଉନ୍ନତି ହେବ। ସମୟ ପରୋପକାରରେ ଲଗାଇପାରନ୍ତି।

ମକର: ପାରିବାରିକ ଲୋକଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ଯୋଗୁଁ ଆପଣ ଆରାମ ପାଇବେ। କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ। ବେପାର କରୁଥିବା ଲୋକଙ୍କ ଲାଗି ଦିନଟି ସାମାନ୍ୟ ରହିବ।

କୁମ୍ଭ: ସାମାଜିକ ଓ ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନସମ୍ମାନ ବଢ଼ିବ। ନିଜର କାମଧନ୍ଦା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିଦେବେ। ଅପରାହ୍ଣରେ ପରିବାର ଲୋକଙ୍କ ସହିତ ସମୟ ବିତାଇବେ।

ମୀନ: ଅଫିସରେ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସା ପାଇବେ। ନିଜର ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ। ଜିନିଷ କିଣିବା ପୂର୍ବରୁ ତାଲିକା ବନାଇ କିଣନ୍ତୁ। ସନ୍ତାନର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button