ଦେଶ ବିଦେଶ

Air Chief Marshal: ‘ଅପରେସନ୍ ସିନ୍ଦୂର’ ଦେଖାଇଲା ଭାରତୀୟ ବାୟୁସେନାର ଦ୍ରୁତ ଆକ୍ରମଣ ଶକ୍ତି: ବାୟୁସେନା ମୁଖ୍ୟ

ଜାତୀୟ ସୁରକ୍ଷାରେ ବାୟୁଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ବାରୋପ କରି ଗୁରୁବାର ଦିନ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ପ୍ରକାଶ କରିଛନ୍ତି ଯେ ‘ଅପରେସନ୍ ସିନ୍ଦୂର’ଅଧୀନରେ ଗତବର୍ଷ ପାକିସ୍ତାନ ବିପକ୍ଷରେ ହୋଇଥିବା ଚାରିଦିନିଆ ସାମରିକ ସଂଘର୍ଷରେ ଭାରତୀୟ ବାୟୁସେନା କେତେ ଦ୍ରୁତଗତିରେ ରଣାଙ୍ଗନକୁ ଓହ୍ଲାଇପାରେ ତାହା ସମଗ୍ର ବିଶ୍ୱ ପ୍ରତ୍ୟକ୍ଷ କରିସାରିଛି।

ହିଣ୍ଡନ: ଜାତୀୟ ସୁରକ୍ଷାରେ ବାୟୁଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ବାରୋପ କରି ଗୁରୁବାର ଦିନ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ପ୍ରକାଶ କରିଛନ୍ତି ଯେ ‘ଅପରେସନ୍ ସିନ୍ଦୂର’ଅଧୀନରେ ଗତବର୍ଷ ପାକିସ୍ତାନ ବିପକ୍ଷରେ ହୋଇଥିବା ଚାରିଦିନିଆ ସାମରିକ ସଂଘର୍ଷରେ ଭାରତୀୟ ବାୟୁସେନା କେତେ ଦ୍ରୁତଗତିରେ ରଣାଙ୍ଗନକୁ ଓହ୍ଲାଇପାରେ ତାହା ସମଗ୍ର ବିଶ୍ୱ ପ୍ରତ୍ୟକ୍ଷ କରିସାରିଛି। ହିଣ୍ଡନ ବାୟୁସେନା ଘାଟିରେ ଆୟୋଜିତ ବାୟୁସେନା ଦିବସ ସମାରୋହରେ ନିଜର ଅଭିଭାଷଣ ଦେଇ ସେ କହିଛନ୍ତି ଯେ ବିଶ୍ୱବ୍ୟାପୀ ଜଟିଳ ଭୂ-ରାଜନୈତିକ ଆହ୍ୱାନ ମଧ୍ୟରେ ବାୟୁସେନା ସଦାସର୍ବଦା ସତର୍କ ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ବାୟୁସେନା ମୁଖ୍ୟ ଆହୁରି କହିଛନ୍ତି ଯେ ବାୟୁସେନାର ପ୍ରକୃତ ଶକ୍ତି କେବଳ ଆଧୁନିକ ବିମାନ ଉପରେ ନୁହେଁ, ବରଂ ଜରୁରୀ ପରିସ୍ଥିତିରେ ଯବାନମାନଙ୍କ କାର୍ଯ୍ୟାନୁଷ୍ଠାନର ଦ୍ରୁତତା ଓ ଆତ୍ମବିଶ୍ୱାସ ଉପରେ ନିର୍ଭର କରେ। ବର୍ତ୍ତମାନ ବାୟୁସେନା ”ତରଙ୍ଗ ଶକ୍ତି” ଭଳି ବହୁପାକ୍ଷିକ ଯୁଦ୍ଧାଭ୍ୟାସ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ତେଜସ୍, ଅସ୍ତ୍ର ଓ ବ୍ରହ୍ମୋସ ଭଳି ସ୍ୱଦେଶୀ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ ”ଆତ୍ମନିର୍ଭର ଭାରତ” ସହ ନିଜର ଯୁଦ୍ଧ ପ୍ରସ୍ତୁତିକୁ ଅଧିକ ଶାଣିତ କରୁଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୨୫ ମେ ୭ରୁ ୧୦ ତାରିଖ ମଧ୍ୟରେ ଅପରେସନ୍ ସିନ୍ଦୂର ଅଧୀନରେ ଭାରତୀୟ ବାୟୁସେନା ଓ ସେନା ପାକିସ୍ତାନର ବାହାୱଲପୁର, ମୁରିଦକେ, ସିଆଲକୋଟ, ସ୍କାର୍ଦୁ, ସରଗୋଧା ଏବଂ କରାଚୀ ସମେତ ଏକାଧିକ ଆତଙ୍କବାଦୀ ଘାଟି ଓ ସାମରିକ ଠିକଣା ଉପରେ ଆକ୍ରମଣ କରି ଶକ୍ତ ପ୍ରହାର କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button