ଦେଶ ବିଦେଶ

Bhagwant Mann: ପଞ୍ଜାବର ୫୦ ୱାର୍ଡରେ ପୁନଃନିର୍ବାଚନ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ; ଭଗୱନ୍ତ ମାନ୍‌ଙ୍କ ଇସ୍ତଫା ଦାବି କଲା ବିଜେପି

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଓ ଭି.ମୋହନାଙ୍କ ଖଣ୍ଡପୀଠ ପୂର୍ବତନ ହାଇକୋର୍ଟ ବିଚାରପତି ନିର୍ମଳଜିତ କୌରଙ୍କ ନେତୃତ୍ୱରେ ଗଠିତ ଜଣିକିଆ କମିସନ୍‌ର ରିପୋର୍ଟ ଗ୍ରହଣ କରିଛନ୍ତି । କମିସନ୍‌ ୨୦୨୫ ମାର୍ଚ୍ଚରେ ନିଯୁକ୍ତ ହୋଇଥିଲା ଏବଂ ଏହାର ରିପୋର୍ଟ ୨୦୨୫ ନଭେମ୍ବରରେ ଦାଖଲ କରିଥିଲା ।

ନୂଆଦିଲ୍ଲୀ : ପଞ୍ଜାବର ୫୦ଟି ୱାର୍ଡରେ ସଦ୍ୟ ନିର୍ବାଚନ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୌର ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟାରେ ବ୍ୟାପକ ବାଧା ସୃଷ୍ଟି କରାଯାଇଥିବା ନେଇ ତଥ୍ୟ ଅନୁସନ୍ଧାନକାରୀ କମିଟି କୋର୍ଟଙ୍କୁ ଅବଗତ କରିବା ପରେ ଏହି ନିର୍ଦ୍ଦେଶ ଆସିଛି । ପଟିଆଲା ଜିଲ୍ଲାର ୨୮ଟି ଏବଂ ମୋଗାର ୨୨ଟି ୱାର୍ଡରେ କୋର୍ଟ ନିର୍ବାଚନ ବାତିଲ କରିଛନ୍ତି । ୬ ସପ୍ତାହ ମଧ୍ୟରେ ଏହି ୫୦ଟି ୱାର୍ଡରେ ପୁନଃ ନିର୍ବାଚନ କରିବାକୁ କୋର୍ଟ କହିଛନ୍ତି ।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଓ ଭି.ମୋହନାଙ୍କ ଖଣ୍ଡପୀଠ ପୂର୍ବତନ ହାଇକୋର୍ଟ ବିଚାରପତି ନିର୍ମଳଜିତ କୌରଙ୍କ ନେତୃତ୍ୱରେ ଗଠିତ ଜଣିକିଆ କମିସନ୍‌ର ରିପୋର୍ଟ ଗ୍ରହଣ କରିଛନ୍ତି । କମିସନ୍‌ ୨୦୨୫ ମାର୍ଚ୍ଚରେ ନିଯୁକ୍ତ ହୋଇଥିଲା ଏବଂ ଏହାର ରିପୋର୍ଟ ୨୦୨୫ ନଭେମ୍ବରରେ ଦାଖଲ କରିଥିଲା । ଏହି ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ସେପ୍ଟେମ୍ବର ୨୮ ତାରିଖର ରାୟକୁ ବୁଧବାର ରାତିରେ ଅପ୍‌ଲୋଡ୍‌ କରାଯାଇଛି । ଖଣ୍ଡପୀଠ କହିଛନ୍ତି, ପ୍ରାର୍ଥିପତ୍ର ଦାଖଲ ସମୟରେ ବ୍ୟାପକ ବାଧା ଉପୁଜିଥିଲା । ଏପରିକି ପ୍ରାର୍ଥିପତ୍ର ଚିରିଦେବା, ପ୍ରାର୍ଥୀଙ୍କୁ ମାଡ଼ ମାରିବା, ଅଟକ ରଖିବା ଏବଂ ଧମକ ଦେବା ଭଳି ବିଭିନ୍ନ ଅଭିଯୋଗ ରହିଥିଲା । ଏନେଇ କମିସନ୍‌ କରିଥିବା ସୁପାରିସକୁ ଗ୍ରହଣ କରି ୫୦ଟି ୱାର୍ଡରେ ପୁନଃନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୁନଃନିର୍ବାଚନର ସମ୍ପୂର୍ଣ୍ଣ ପ୍ରକ୍ରିୟା ୬ ମାସ ମଧ୍ୟରେ ଶେଷ କରିବାକୁ କୋର୍ଟ କହିଛନ୍ତି ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button