ଦେଶ ବିଦେଶ
Bhagwant Mann: ପଞ୍ଜାବର ୫୦ ୱାର୍ଡରେ ପୁନଃନିର୍ବାଚନ ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ; ଭଗୱନ୍ତ ମାନ୍ଙ୍କ ଇସ୍ତଫା ଦାବି କଲା ବିଜେପି
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଓ ଭି.ମୋହନାଙ୍କ ଖଣ୍ଡପୀଠ ପୂର୍ବତନ ହାଇକୋର୍ଟ ବିଚାରପତି ନିର୍ମଳଜିତ କୌରଙ୍କ ନେତୃତ୍ୱରେ ଗଠିତ ଜଣିକିଆ କମିସନ୍ର ରିପୋର୍ଟ ଗ୍ରହଣ କରିଛନ୍ତି । କମିସନ୍ ୨୦୨୫ ମାର୍ଚ୍ଚରେ ନିଯୁକ୍ତ ହୋଇଥିଲା ଏବଂ ଏହାର ରିପୋର୍ଟ ୨୦୨୫ ନଭେମ୍ବରରେ ଦାଖଲ କରିଥିଲା ।

ନୂଆଦିଲ୍ଲୀ : ପଞ୍ଜାବର ୫୦ଟି ୱାର୍ଡରେ ସଦ୍ୟ ନିର୍ବାଚନ କରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୌର ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟାରେ ବ୍ୟାପକ ବାଧା ସୃଷ୍ଟି କରାଯାଇଥିବା ନେଇ ତଥ୍ୟ ଅନୁସନ୍ଧାନକାରୀ କମିଟି କୋର୍ଟଙ୍କୁ ଅବଗତ କରିବା ପରେ ଏହି ନିର୍ଦ୍ଦେଶ ଆସିଛି । ପଟିଆଲା ଜିଲ୍ଲାର ୨୮ଟି ଏବଂ ମୋଗାର ୨୨ଟି ୱାର୍ଡରେ କୋର୍ଟ ନିର୍ବାଚନ ବାତିଲ କରିଛନ୍ତି । ୬ ସପ୍ତାହ ମଧ୍ୟରେ ଏହି ୫୦ଟି ୱାର୍ଡରେ ପୁନଃ ନିର୍ବାଚନ କରିବାକୁ କୋର୍ଟ କହିଛନ୍ତି ।
ସୌଜନ୍ୟ ସମ୍ବାଦ




