ଦେଶ ବିଦେଶ

Election: ଆଜି ଆସିବ ଉପନିର୍ବାଚନ ଫଳ

୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳ ଆସନ୍ତାକାଲି ପ୍ରକାଶ ପାଇବ। ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର, ତାମିଲନାଡ଼ୁର ମଦୁରନ୍ତକମ୍ ଓ ଧାରାପୁରମ୍, ଆସାମର ନଗାଓଁ‌...

ନୂଆଦିଲ୍ଲୀ: ୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳ ଆସନ୍ତାକାଲି ପ୍ରକାଶ ପାଇବ। ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର, ତାମିଲନାଡ଼ୁର ମଦୁରନ୍ତକମ୍ ଓ ଧାରାପୁରମ୍, ଆସାମର ନଗାଓଁ‌ ଏବଂ ପୁଡ଼ୁଚେରୀର ଥାଟ୍ଟନଚାବଡ଼ିରେ ଅକ୍ଟୋବର ୬ ତାରିଖରେ ଉପନିର୍ବାଚନ ହୋଇଥିଲା।

ସମସ୍ତ ୬ ଆସନରେ ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ। ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଆସନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ବିଜେପି ଏଠାରେ ଟିଏମ୍‌ସିକୁ ୧୫ ବର୍ଷ ପରେ କ୍ଷମତାରୁ ହଟାଇ ଦେଇଛି। ନନ୍ଦୀଗ୍ରାମ ଓ ରେଜିନଗର ନିର୍ବାଚନ ଫଳ ମଧ୍ୟ ଏବେ ରାଜ୍ୟରେ ବିଜେପି କିଭଳି କାର୍ଯ୍ୟ କରୁଛି ତା’ର ସଙ୍କେତ ଦେବ। ଉଭୟ ଆସନରେ ମତଦାନ ପାଖାପାଖି ୮୦ ପ୍ରତିଶତ ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button