Gopabandhu Das: ଆଜି ଜନ୍ମଦିନ: ଗୋପବନ୍ଧୁ ଦାସ
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଆଜିର ଦିନରେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ନିଜ ଗାଁ ପାଖ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ସାରି ପୁରୀ ଜିଲ୍ଲା ସ୍କୁଲ୍ରୁ ମାଟ୍ରିକ୍ ଉତ୍ତୀର୍ଣ୍ଣ ହୋଇଥିଲେ।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଆଜିର ଦିନରେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ନିଜ ଗାଁ ପାଖ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ସାରି ପୁରୀ ଜିଲ୍ଲା ସ୍କୁଲ୍ରୁ ମାଟ୍ରିକ୍ ଉତ୍ତୀର୍ଣ୍ଣ ହୋଇଥିଲେ। ମାତ୍ର ୧୨ ବର୍ଷ ବୟସର ହୋଇଥିବାବେଳେ ସେ ବାଲ୍ୟବିବାହ କରିଥିଲେ ହେଁ ନିଜ ପାଠପଢ଼ା ଜାରି ରଖିଥିଲେ। ଏହାପରେ ସେ ରେଭେନ୍ସା କଲେଜରେ ଭର୍ତ୍ତି ହୋଇଥିଲେ। ସେତିକିବେଳେ ସେ ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ ପତ୍ରିକାକୁ ନିୟମିତ ଲେଖା ଦେବା ସହ ‘କର୍ତ୍ତବ୍ୟ ବୋଧିନୀ ସମିତି’ ନାମରେ ଏକ ଆଲୋଚନାଚକ୍ର ଆରମ୍ଭ କରିଥିଲେ। ଏଥିରେ ସେ ଓ ତାଙ୍କ ବନ୍ଧୁମାନେ ବିଭିନ୍ନ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପ୍ରସଙ୍ଗର ତର୍ଜମା କରୁଥିଲେ। ଗୋପବନ୍ଧୁ ଏକାଧାରରେ ଜଣେ ସାମାଜିକ ସଂଗଠକ, ଶିକ୍ଷାବିତ୍, ରାଜନେତା, ସାମ୍ବାଦିକ, କବି ଓ ପ୍ରାବନ୍ଧିକ ଥିଲେ। ଲୋକଙ୍କ ସେବା ପ୍ରତି ତାଙ୍କର ପ୍ରାଣ କେତେ ଉତ୍ସର୍ଗୀକୃତ ଥିଲା ତାହା ଗୋଟିଏ ଉଦାହରଣରୁ ଜଣାପଡ଼େ। ଏକଦା ତାଙ୍କର ନବଜାତ ଅସୁସ୍ଥ ପୁଅର ଦେଖାଶୁଣା କରିବା ଛାଡ଼ି ସେ ବନ୍ୟାବିପନ୍ନଙ୍କ ସହାୟତା ପାଇଁ ଚାଲିଯାଇଥିଲେ। ତାଙ୍କର ଯୁକ୍ତି ଥିଲା- ‘ପୁଅର ଦେଖାଶୁଣା ପାଇଁ ଅନେକ ଲୋକ ଅଛନ୍ତି। ମୁଁ ଆଉ ଅଧିକ କ’ଣ କରିପାରିବି? କିନ୍ତୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅନେକ ଲୋକ ସାହାଯ୍ୟ ଅପେକ୍ଷାରେ ଅଛନ୍ତି। ତେଣୁ ସେଠାକୁ ଯିବା ମୋ କର୍ତ୍ତବ୍ୟ। ମୋ ପୁଅର ଧ୍ୟାନ ନେବା ପାଇଁ ପ୍ରଭୁ ଜଗନ୍ନାଥ ଅଛନ୍ତି।’ ପରେ ପୁଅର ମୃତ୍ୟୁ ଘଟିଥିଲା।
ସୌଜନ୍ୟ ସମ୍ବାଦ




