Toxic metals in makeup products: ମେକ୍ଅପ୍ ସାମଗ୍ରୀରେ ବିଷାକ୍ତ ଧାତୁ
ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ! ନିଜକୁ ଆକର୍ଷଣୀୟ କରିବା ପାଇଁ ଅନେକେ ନିୟମିତ ଭାବେ ମେକ୍ଅପ୍ର ସାହାଯ୍ୟ ନେଇଥାନ୍ତି। କିଏ ଲିପ୍ଷ୍ଟିକ୍ ଲଗାଇବାକୁ ପସନ୍ଦ କରନ୍ତି ତ ଆଉ କିଏ ଫାଉଣ୍ଡେସନ୍, ଫେସ୍ ପାଉଡର୍...

ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ! ନିଜକୁ ଆକର୍ଷଣୀୟ କରିବା ପାଇଁ ଅନେକେ ନିୟମିତ ଭାବେ ମେକ୍ଅପ୍ର ସାହାଯ୍ୟ ନେଇଥାନ୍ତି। କିଏ ଲିପ୍ଷ୍ଟିକ୍ ଲଗାଇବାକୁ ପସନ୍ଦ କରନ୍ତି ତ ଆଉ କିଏ ଫାଉଣ୍ଡେସନ୍, ଫେସ୍ ପାଉଡର୍, ବ୍ଲସର୍ ଓ ଆଇସ୍ୟାଡୋ ମାଧ୍ୟମରେ ନିଜର ସୌନ୍ଦର୍ଯ୍ୟକୁ ଆହୁରି ନିଖୁଣ କରିବାକୁ ଚେଷ୍ଟା କରନ୍ତି। ହେଲେ ନିଜକୁ ସୁନ୍ଦର କରିବାର ଏହି ପ୍ରୟାସ ଯେ ଅଜାଣତରେ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ, ସେଥିପ୍ରତି ଅନେକେ ସଚେତନ ନୁହନ୍ତି। ବିଭିନ୍ନ ମେକ୍ଅପ୍ ସାମଗ୍ରୀରେ ସୀସା, କ୍ୟାଡ୍ମିୟମ୍, ପାରଦ, ଆର୍ସେନିକ୍ ଓ କ୍ରୋମିୟମ୍ ଭଳି ଭାରୀ ଧାତୁର ଅବଶେଷ ମିଳିବା ନେଇ ଗବେଷଣାରୁ ଜଣାପଡ଼ିଛି। ଏହି ଧାତୁଗୁଡ଼ିକର ଅତ୍ୟଧିକ କିମ୍ବା ଦୀର୍ଘକାଳୀନ ସଂସ୍ପର୍ଶ ଶରୀରର ବିଭିନ୍ନ ଅଙ୍ଗ ଉପରେ କୁପ୍ରଭାବ ପକାଇପାରେ।
ଚଳିତ ବର୍ଷ ପ୍ରକାଶିତ ଏକ ଗବେଷଣା ଏହି ଚିନ୍ତାକୁ ଆହୁରି ବଢ଼ାଇଛି। ମୋନା ଏ. ଖୋର୍ସେଦ୍ ଓ ତାଙ୍କ ସହଯୋଗୀ ଗବେଷକମାନେ ୧୧୩ଟି ପ୍ରସାଧନ ସାମଗ୍ରୀରେ ୧୩ ପ୍ରକାର ଧାତୁର ମାତ୍ରା ଯାଞ୍ଚ କରିଥିଲେ। ଏଥିପାଇଁ ଅତ୍ୟାଧୁନିକ ‘ଆଇସିପି-ଏମ୍ଏସ୍’ ପରୀକ୍ଷଣ ପଦ୍ଧତି ବ୍ୟବହାର କରାଯାଇଥିଲା। ଗବେଷଣାରୁ ଜଣାପଡ଼ିଥିଲା ଯେ, ମୋଟ ନମୁନାର ୫୦.୪ ପ୍ରତିଶତରେ ଅତି କମ୍ରେ ଗୋଟିଏ ଧାତୁ ଅନ୍ତର୍ଜାତୀୟ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମାତ୍ରାରେ ରହିଥିଲା। ବ୍ଲସର୍ରେ କାଡ୍ମିୟମ୍ର ମାତ୍ରା କିଲୋଗ୍ରାମ୍ ପ୍ରତି ୩୦୫୨ ମିଲିଗ୍ରାମ୍, ଫେସ୍ ପାଉଡର୍ରେ ସୀସା ୧୩୧ ମିଲିଗ୍ରାମ୍ ଏବଂ କଳା ହେୟାର୍ ହେନାରେ କ୍ରୋମିୟମ୍ ୧୧,୧୪୫ ମିଲିଗ୍ରାମ୍ ପର୍ଯ୍ୟନ୍ତ ମିଳିଥିଲା।
ସୌଜନ୍ୟ ସମ୍ବାଦ




