ଜାତୀୟ

UPI Payment Update: ୟୁପିଆଇ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍, ୨୦୨୭ ଜାନୁଆରୀରୁ ଲାଗୁ ହୋଇପାରେ ଏମ୍‌ଡ଼ିଆର୍

ନୂଆଦିଲ୍ଲୀ,୦୯/୧୦: ଅକ୍ଟୋବର ୧୫ରୁ ଲାଗୁ ହେବାକୁ ଥିବା ୟୁପିଆଇ ଏମ୍‌ଡ଼ିଆର୍ ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ବର୍ତ୍ତମାନ ପାଇଁ ଘୂଞ୍ଚିପାରେ । ଦୋକାନୀ ଏବଂ ପେମେଣ୍ଟ କମ୍ପାନିଗୁଡ଼ିକୁ ପ୍ରସ୍ତୁତ ହେବା ପାଇଁ ଅଧିକ ସମୟ ଦେବା ନିମନ୍ତେ ଏହି ବ୍ୟବସ୍ଥାକୁ ଅକ୍ଟୋବର ୧୫ ପରିବର୍ତ୍ତେ ୨୦୨୭ ଜାନୁଆରୀରୁ ଲାଗୁ କରିବା ପାଇଁ ବିଚାର ହେଉଥିବା ଜଣାପଡ଼ିଛି ।

୨,୦୦୦ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ପ୍ରସ୍ତାବିତ ୦.୪% ଦେୟ ଦୋକାନୀଙ୍କ ଉପରେ ଲାଗିବ । ଏହା ଖାଉଟି ଉପରେ ଲାଗୁ ହେବ ନାହିଁ। ଏଭଳି ସ୍ଥିତିରେ ଦୋକାନୀମାନେ ଖାଉଟିଙ୍କୁ ନଗଦ ପେମେଣ୍ଟ ପାଇଁ ବାଧ୍ୟ କରିପାରନ୍ତି । ନହେଲେ ଦେୟର ବୋଝ ସେମାନେ ହୁଏତ ଖାଉଟିଙ୍କ ଉପରେ ପକାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏହା ହେଲେ ଡିଜିଟାଲ ପେମେଣ୍ଟକୁ ନେଇ ଭାରତ ହାସଲ କରିଥିବା ସମସ୍ତ ସଫଳତା ବେକାର ହୋଇଯିବ ବୋଲି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button