ଦେଶ ବିଦେଶ
Capital Hospital to Ease Blood Test Queues କ୍ୟାପିଟାଲ ହସ୍ପିଟାଲରେ ଦୂରହେବ ଧାଡ଼ି ଯନ୍ତ୍ରଣା: ଗୋଟିଏ ଧାଡ଼ିରେ ବିଲିଂ, ବାରକୋଡ୍ ଓ ରକ୍ତ ସଂଗ୍ରହ
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ରକ୍ତ ପରୀକ୍ଷା ପାଇଁ ଧାଡ଼ି କମାଇବାକୁ ନୂଆ ୟୁନିଟ୍ ନିର୍ମାଣ ଚାଲିଛି। ଗୋଟିଏ ଧାଡ଼ିରେ ବିଲିଂ, ବାରକୋଡ୍ ଓ ରକ୍ତ ସଂଗ୍ରହ ସହ ୧୦୦ରୁ ଅଧିକ ଚେୟାର ଓ ୬ଟି ନୂଆ କାଉଣ୍ଟର ରହିବ।

ଭୁବନେଶ୍ୱର (ସରିତଦୀପ ଶତପଥୀ): କ୍ୟାପିଟାଲ ହସ୍ପିଟାଲର ପାଥୋଲୋଜି ବିଭାଗରେ ବିଭିନ୍ନ ପରୀକ୍ଷା କରିବାକୁ ରୋଗୀ, ସମ୍ପର୍କୀୟମାନେ ହନ୍ତସନ୍ତ ହେଉଛନ୍ତି। କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ରୋଗୀ ଗୋଟିଏ ଦିନରେ ଡାକ୍ତରଙ୍କଠାରୁ ସବୁ ପରାମର୍ଶ ପାଇ ପାରୁ ନାହିଁ। ଏନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଥିଲା। ବିଭିନ୍ନ ମହଲରେ ଏନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏହାର ସମାଧାନ ନିମନ୍ତେ ହସ୍ପିଟାଲ୍ କର୍ତ୍ତୃପକ୍ଷ ଏବେ ଅଭିନବ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ହସ୍ପିଟାଲରେ ଧାଡ଼ି କମାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏଥିପାଇଁ ହସ୍ପିଟାଲରେ ଏକ ସ୍ବତନ୍ତ୍ର ରକ୍ତ ନମୁନା ସଂଗ୍ରହ ୟୁନିଟ୍ ନିର୍ମାଣ କରାଯାଉଛି। ଏହି ୟୁନିଟ୍ରେ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ସହ ଗୋଟିଏ ଧାଡ଼ିରେ ବିଲିଂ ବାରକୋଡ୍ ଓ ରକ୍ତସଂଗ୍ରହ ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ




