ବିଶେଷ

Cassowary egg: ୩୪ ବର୍ଷ ପରେ ଚିଡ଼ିଆଖାନାରେ କାସୋଵାରି ଅଣ୍ଡା

ଅଷ୍ଟ୍ରେଲିଆର ଆଡିଲେଡ୍‌ ଚିଡ଼ିଆଖାନା ଏକ ବିରଳ ତଥା ଐତିହାସିକ ସଫଳତା ହାସଲ କରିଛି। ତାହା ହେଲା, ଦୀର୍ଘ ୩୪ ବର୍ଷ ପରେ ଚିଡ଼ିଆଖାନାରେ ଏକ ସଦର୍ନ କାସୋୱାରି ପକ୍ଷୀ ଅଣ୍ଡାଦାନ କରିଛି।

ଅଷ୍ଟ୍ରେଲିଆର ଆଡିଲେଡ୍‌ ଚିଡ଼ିଆଖାନା ଏକ ବିରଳ ତଥା ଐତିହାସିକ ସଫଳତା ହାସଲ କରିଛି। ତାହା ହେଲା, ଦୀର୍ଘ ୩୪ ବର୍ଷ ପରେ ଚିଡ଼ିଆଖାନାରେ ଏକ ସଦର୍ନ କାସୋୱାରି ପକ୍ଷୀ ଅଣ୍ଡାଦାନ କରିଛି। ଓଟପକ୍ଷୀ ଓ ଏମୁ ପରେ କାସୋୱାରି ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ପକ୍ଷୀ, ଯାହା ଉଡ଼ିପାରେ ନାହିଁ। ଏବେ ଏମାନଙ୍କ ସଂଖ୍ୟା କମୁଥିବାରୁ ଏହି ଅଣ୍ଡା ଉପରେ ସାରା ପୃଥିବୀର ପକ୍ଷୀପ୍ରେମୀ ନଜର ରଖିଛନ୍ତି।

ଆଡିଲେଡ୍‌ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ୧୯୯୨ ମସିହା ପରଠାରୁ ଏହି ପକ୍ଷୀ ଏଠାରେ ଅଣ୍ଡା ଦେଇ ନଥିଲା। ତେଣୁ ଏ ନେଇ ଚିଡ଼ିଆଖାନା କର୍ମଚାରୀ ଓ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଚିଡ଼ିଆଖାନା ଅଧିକାରୀ ଅରିନ୍‌ କହିଛନ୍ତି, ଏଠାରେ ଥିବା ୧୦ ବର୍ଷ ବୟସ୍କା ମାଈ କାସୋୱାରି ମାର୍ଟିନା ଓ ୧୩ ବର୍ଷୀୟ ଅଣ୍ଡିରା ପକ୍ଷୀ ଜେଫ୍ରିର ପ୍ରଜନନରୁ ଏହି ସଫଳତା ମିଳିଛି। ଅଣ୍ଡାଟି ପ୍ରାୟ ୫୮୦ ଗ୍ରାମ ଓଜନବିଶିଷ୍ଟ, ଯାହା ୧୦ଟି ସାଧାରଣ କୁକୁଡ଼ା ଅଣ୍ଡାର ଓଜନ ସହ ସମାନ ହେବ।

ଅଣ୍ଡାର ଆଶ୍ଚର୍ଯ୍ୟଜନକ ବିଶେଷତ୍ୱ ହେଉଛି, ଏହାର ରଙ୍ଗ। ଅଣ୍ଡାଟି ଦେଖିବାକୁ ଉଜ୍ଜ୍ୱଳ ସବୁଜ ବା ‘ଫ୍ଲୋରୋସେଣ୍ଟ ଗ୍ରିନ୍‌’। ବୈଜ୍ଞାନିକମାନଙ୍କ ଅନୁଯାୟୀ, ପ୍ରକୃତିରେ କାସୋୱାରି ଅଣ୍ଡାର ରଙ୍ଗ ଏପରି ହେବା ପଛରେ ପ୍ରାକୃତିକ କାରଣ ରହିଛି। ତାହା ହେଲା, ଏହି ସବୁଜ ରଙ୍ଗ ଘଞ୍ଚ ଜଙ୍ଗଲର ସବୁଜିମା ଭିତରେ ଅଣ୍ଡାକୁ ଲୁଚାଇ ରଖିବାରେ ସାହାଯ୍ୟ କରିଥାଏ। ସବୁଜିମା ଭିତରେ ରଙ୍ଗ ମିଶିଯାଉଥିବାରୁ ଏହା ଶିକାରୀଙ୍କ ନଜରରେ ପଡ଼େନାହିଁ। ପକ୍ଷୀ ଜଗତରେ କାସୋୱାରି ପକ୍ଷୀର ଅନନ୍ୟ ବିଶେଷତ୍ବ ରହିଛି। ତାହା ହେଲା, ମାଈ ପକ୍ଷୀ ଅଣ୍ଡା ଦେବା ପରେ, ଅଣ୍ଡିରା ପକ୍ଷୀ ହିଁ ସେହି ଅଣ୍ଡାକୁ ଉଷୁମେଇବା ସହ ଛୁଆ ହେଲା ପରେ ଏହାର ଦେଖାଶୁଣା ଦାୟିତ୍ୱ ତୁଲାଇଥାଏ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button