ବିଶେଷ

ରଙ୍ଗିନ ସାବୁନର ଫେଣ ଧଳା କାହିଁକି

ବଜାରରେ ଲାଲ୍‌, ସବୁଜ, ନୀଳ, ହଳଦିଆ ଆଦି କେତେ ରଙ୍ଗର ସାବୁନ ମିଳେ। ସେ ସବୁ ସାବୁନ ଦେହରେ ଲଗାଇଲେ କି ଲୁଗା କାଚିଲେ ଧଳା ରଙ୍ଗର ଫେଣ ବାହାରେ। ସାବୁନର ରଙ୍ଗ ଅନୁସାରେ ଫେଣ ବାହାରେ ନାହିଁ କାହିଁକି?

ବଜାରରେ ଲାଲ୍‌, ସବୁଜ, ନୀଳ, ହଳଦିଆ ଆଦି କେତେ ରଙ୍ଗର ସାବୁନ ମିଳେ। ସେ ସବୁ ସାବୁନ ଦେହରେ ଲଗାଇଲେ କି ଲୁଗା କାଚିଲେ ଧଳା ରଙ୍ଗର ଫେଣ ବାହାରେ। ସାବୁନର ରଙ୍ଗ ଅନୁସାରେ ଫେଣ ବାହାରେ ନାହିଁ କାହିଁକି? ଏହାର ବୈଜ୍ଞାନିକ କାରଣ ରହିଛି। ସାବୁନ ଫେଣର ରଙ୍ଗ ମୁଖ୍ୟତଃ ଦୁଇଟି କାରଣ ଉପରେ ନିର୍ଭର କରେ, ସାବୁନ ପାଣିରେ ମିଶିଲେ ଏଥିରେ ଦିଆଯାଇଥିବା ରଙ୍ଗ-କଣିକା କିଭଳି ଆଚରଣ କରୁଛି? ସାବୁନରୁ ଫେଣ ଆକାରରେ ବାହାରୁ ଥିବା ଫୋଟକା ଉପରେ ପଡୁଥିବା ଆଲୁଅ କିଭଳି ପ୍ରତିକ୍ରିୟା କରୁଛି?

ଓଦା ଲୁଗାପଟାରେ ସାବୁନ ଘଷିଲେ ଫେଣ ବାହାରେ। ପ୍ରକୃତରେ ଫେଣ ହେଉଛି ଅସଂଖ୍ୟ ଫୋଟକାର ସମାହାର। ପ୍ରତିଟି ଫୋଟକା ହେଉଛି ପବନ ପଶିଥିବା ଗୋଟିଏ ଗୋଟିଏ ସାବୁନପାଣି ପକେଟ୍‌ ବା ମୁଣା। ଏହି ଫୋଟକାଗୁଡ଼ିକର ବଙ୍କାଳିଆ ଉପରିଭାଗରେ ଆଲୁଅ ପଡ଼ି‌ଲେ ତାହା ଚାରିଆଡ଼କୁ ବିଛାଡ଼ି ହୋଇଯାଏ।
ଅସଲ କଥା ହେଉଛି, ବିଭିନ୍ନ ରଙ୍ଗର ଆଲୁଅ ମିଶିଲେ ଧଳା ଆଲୁଅ ସୃଷ୍ଟି ହୁଏ। ରଙ୍ଗ ଥିଲେ ମଧ୍ୟ ଏହି ଆଲୁଅ ମଣିଷ ଆଖିକୁ ଧଳା ଦେଖାଯାଏ। ଠିକ୍‌ ସେହିପରି, ସାବୁନ ଫେଣରେ ଆଲୁଅ ପଡ଼ି ଚାରିଆଡ଼କୁ ବିଛାଡ଼ି ହୋଇଯାଉଥିବାରୁ ମଣିଷ ଆଖିକୁ ସାବୁନ ଫେଣ ଧଳା ଦେଖାଯାଏ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button