Horoscope 2026 October 26: ଜାଣନ୍ତୁ ଆଜିର ରାଶିଫଳ
ପାରିବାରିକ ସୌହାର୍ଦ୍ଦ ବଢ଼ିବ। ଶାନ୍ତ ମନରେ କାମ କରନ୍ତୁ ଜଲଦି ପୂରା ହେବ। ଅର୍ଥ ଚିନ୍ତା ଦୂର ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ପାଠପଢ଼ାରେ ଶିକ୍ଷକଙ୍କର ସହଯୋଗ ପାଇବେ। କୌଣସି କାମରେ ଅଧିକ ପରିଶ୍ରମ କରିବେ।

ମେଷ: ପାରିବାରିକ ସୌହାର୍ଦ୍ଦ ବଢ଼ିବ। ଶାନ୍ତ ମନରେ କାମ କରନ୍ତୁ ଜଲଦି ପୂରା ହେବ। ଅର୍ଥ ଚିନ୍ତା ଦୂର ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ପାଠପଢ଼ାରେ ଶିକ୍ଷକଙ୍କର ସହଯୋଗ ପାଇବେ।
ବୃଷ: କୌଣସି କାମରେ ଅଧିକ ପରିଶ୍ରମ କରିବେ। ଅଧିକ ସମୟ ବ୍ୟସ୍ତ ରହିବେ। ନିଜ କାମରେ ଧ୍ୟାନକେନ୍ଦ୍ରିତ କରି ରଖନ୍ତୁ। ଏକରୁ ଅଧିକ ଉତ୍ସରୁ ଲାଭର ଯୋଗ ଅଛି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।
ମିଥୁନ: ପରିଶ୍ରମ ତୁଳନାରେ ଫଳର ପରିମାଣ କମ୍ ରହିବ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ। ଅଫିସରେ ନୂଆ କାମର ଦାୟିତ୍ବ ଗ୍ରହଣ କରିବେ। ଜୀବନସାଥୀ ଆପଣଙ୍କ କାମରେ ପ୍ରସନ୍ନ ରହିବେ।
କର୍କଟ: କୌଣସି କାମ ପୂରା କରିବା ପାଇଁ ବଡ଼ ଭାଇର ସହାୟତା ନେବାକୁ ପଡ଼ିପାରେ। ବିଦ୍ୟାର୍ଥୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ। ଆପଣଙ୍କୁ ସଫଳତା ମିଳିବା ଲାଗି ଭଲ ଯୋଗ ଅଛି। ଚାକିରି ପାଇଁ ଭଲ ପ୍ରସ୍ତାବ ପାଇବେ।
ସିଂହ: ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି। ଇଂଜିନିଅର୍ଙ୍କ ଲାଗି ଦିନଟି ବଢ଼ିଆ ରହିବ। ଭାଗୀଦାରିରେ କୌଣସି ଡିଲ୍ ଫାଇନାଲ୍ କରିବେ। ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ।
କନ୍ୟା: ଡାକ ବ୍ୟବସାୟୀଙ୍କର ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସାମାଜିକ ପ୍ରଭାବ ବଜାୟ ରହିବ। ନବବିବାହିତ ଦମ୍ପତି ଧାର୍ମିକ ସ୍ଥାନକୁ ଯିବାର ଯୋଜନା କରିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।
ତୁଳା: ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ହୋଟେଲ ରେସ୍ତେରାଁ ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ପାରିବାରିକ ସମ୍ବନ୍ଧରେ ମିଷ୍ଟତା ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଜୀବନସାଥୀର ସହଯୋଗ ପାଇବେ।
ବିଛା: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ପାଖରେ ଭଲ ମଉକା ଅଛି। କୌଣସି ବି ଅବସର ହାତରୁ ଯିବାକୁ ଦିଅନ୍ତୁ ନାହିଁ। ଯେଉଁ ବ୍ୟକ୍ତିଙ୍କୁ କେବେ ସାହାଯ୍ୟ କରିଥିଲେ ସେ ଆଜି ସାହାଯ୍ୟ କରିବେ।
ଧନୁ: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଆମୋଦ ପ୍ରମୋଦରେ ଅଧିକ ମନ ଲାଗିବ। ପରିବାରରେ ସୁଖ ଶାନ୍ତିର ପରିବେଶ ବଜାୟ ରହିବ। ବାଲ୍ୟବନ୍ଧୁ ସହିତ ସାକ୍ଷାତ ହେବ।
ମକର: ପାରିବାରିକ ଅଶାନ୍ତି ଦୂର ହେବ। ସକାରାତ୍ମକ ଭାବନା ରଖନ୍ତୁ କାମରେ ସଫଳତା ପାଇବେ। ବ୍ୟବସାୟର ଭାଗୀଦାରଙ୍କ ସହିତ ଦୂର ସ୍ଥାନକୁ ଯିବେ। କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ। ପ୍ରେମ ଜୀବନ ମଧୁର ହେବ।
କୁମ୍ଭ: ବ୍ୟବସାୟରେ ଉନ୍ନତି ହେବ। ଅଧିକାରୀଙ୍କ ଠାରୁ ସମୟ ସମୟରେ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା ପ୍ରସ୍ତୁତ କରିବେ।
ମୀନ: ଶିକ୍ଷାରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଧାର୍ମିକ କାର୍ଯ୍ୟ ପ୍ରତି ଆସ୍ଥା ଓ ବିଶ୍ବାସ ରଖି ଆଗକୁ ବଢ଼ିବେ। ତରବରିଆ ଭାବରେ କାମ କରନ୍ତୁ ନାହିଁ। ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିବେ।
ସୌଜନ୍ୟ ସମ୍ବାଦ




