ମନୋରଞ୍ଜନ
Varnasi: ‘ଆର୍ଆର୍ଆର୍’ଠାରୁ ୫ରୁ ୬ ଗୁଣା ବଡ଼ ହେବ ଏସ୍.ଏସ୍. ରାଜମୌଲିଙ୍କ ନୂଆ ଫିଲ୍ମ ‘ବାରାଣସୀ’
ସୁପରହିଟ୍ ଫିଲ୍ମ ‘ଆର୍ଆର୍ଆର୍’ (RRR) ପରେ ବିଶ୍ୱବିଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.ଏସ୍. ରାଜମୌଲିଙ୍କ ଆଗାମୀ ବହୁପ୍ରତୀକ୍ଷିତ ଫିଲ୍ମ ‘ବାରାଣସୀ’କୁ ନେଇ ସିନେ ଜଗତରେ ବଡ଼ ଖୁଲାସା ହୋଇଛି।

ହାଇଦ୍ରାବାଦ: ସୁପରହିଟ୍ ଫିଲ୍ମ ‘ଆର୍ଆର୍ଆର୍’ (RRR) ପରେ ବିଶ୍ୱବିଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.ଏସ୍. ରାଜମୌଲିଙ୍କ ଆଗାମୀ ବହୁପ୍ରତୀକ୍ଷିତ ଫିଲ୍ମ ‘ବାରାଣସୀ’କୁ ନେଇ ସିନେ ଜଗତରେ ବଡ଼ ଖୁଲାସା ହୋଇଛି। ନିର୍ଦ୍ଦେଶକ ରାଜମୌଲି ନିଜେ ଏହି ଫିଲ୍ମ ସମ୍ପର୍କରେ ଏକ ବଡ଼ ଅପ୍ଡେଟ୍ ଦେଇ କହିଛନ୍ତି ଯେ, ଏହି ଆକ୍ସନ୍-ଆଡଭେଞ୍ଚର୍ ଡ୍ରାମାଟି ତାଙ୍କର ପୂର୍ବତନ ବ୍ଲକ୍ବଷ୍ଟର ଫିଲ୍ମ ‘ଆର୍ଆର୍ଆର୍’ ତୁଳନାରେ ପ୍ରାୟ ୫ ରୁ ୬ ଗୁଣା ବଡ଼ ହେବ।
ଫିଲ୍ମର ନିର୍ମାଣ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରି ରାଜମୌଲି କହିଛନ୍ତି ଯେ, ଫିଲ୍ମର ପରିସର ଏବଂ କାନଭାସ୍ ଅତ୍ୟନ୍ତ ବିଶାଳ ହୋଇଥିଲେ ହେଁ ତାଙ୍କ ଟିମ୍ ଏହାକୁ ଅତି ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିଛି। ‘ଆର୍ଆର୍ଆର୍’ ଫିଲ୍ମର ସୁଟିଂ ପାଇଁ ୩୧୫ ଦିନ ଲାଗିଥିବା ବେଳେ, ତାହାଠାରୁ ଅନେକ ଗୁଣା ବଡ଼ ହୋଇଥିଲେ ମଧ୍ୟ ‘ବାରାଣସୀ’ ମାତ୍ର ୨୭୫ ଦିନ ଭିତରେ ପ୍ରସ୍ତୁତ ହୋଇପାରିଛି।
ସୌଜନ୍ୟ ସମ୍ବାଦ




