ଦେଶ ବିଦେଶ

Traders: ଇଣ୍ଡିମେଣ୍ଟ ରାଲି ଘୁଞ୍ଚେଇବା ଦାବିରେ ବ୍ୟବସାୟୀଙ୍କ ପ୍ରତିବାଦ ସଭା

ଦିଲ୍ଲୀରେ ଚାଲିଥିବା ରାଜନୈତିକ ଆନ୍ଦୋଳନ ଯୋଗୁଁ ବ୍ୟବସାୟ ପ୍ରଭାବିତ ହେଉଥିବା ଅଭିଯୋଗ ମଧ୍ୟରେ ବ୍ୟବସାୟୀଙ୍କ ସମର୍ଥନରେ ବାହାରିଛନ୍ତି କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ।

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ରାଜନୈତିକଆନ୍ଦୋଳନ ଯୋଗୁଁ ବ୍ୟବସାୟ ପ୍ରଭାବିତ ହେଉଥିବା ଅଭିଯୋଗ ମଧ୍ୟରେ ବ୍ୟବସାୟୀଙ୍କ ସମର୍ଥନରେ ବାହାରିଛନ୍ତି କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସୋମବାର ସେ ଦିଲ୍ଲୀର ବ୍ୟବସାୟୀମାନଙ୍କୁ ଉଦ୍ଦେଶ୍ୟ କରି କହିଛନ୍ତି, ଆମେ ଆପଣଙ୍କ କଥା ଶୁଣୁଛୁ ଏବଂ ଆପଣଙ୍କ ସହ ଅଛୁ। ଏଥିସହ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୁହନ୍ତୁ ବୋଲି ସେ ବ୍ୟବସାୟୀଙ୍କୁ ଆହ୍ୱାନ ଦେଇଛନ୍ତି।

ରାହୁଲଙ୍କ ଅଭିଯୋଗ ଅନୁଯାୟୀ, ସରକାର ମେଟ୍ରୋ ସେବା ବନ୍ଦ କରିବା, ରାସ୍ତାରେ କଟକଣା ଲଗାଇବା ଏବଂ ଯାତାୟାତକୁ ପ୍ରଭାବିତ କରିବା ଯୋଗୁଁ ଦିଲ୍ଲୀର ବ୍ୟବସାୟିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେଉଛି। ଏହାର ପ୍ରଭାବ ଦୋକାନ, ବ୍ୟବସାୟୀଙ୍କ ଆୟ ଓ ସାଧାରଣ ଲୋକଙ୍କ ଜୀବିକା ଉପରେ ପଡୁଛି। ଭୋଟ୍‌ ଚୋରି ହେଲେ କିଛି ସୁରକ୍ଷିତ ରହେ ନାହିଁ। ନା ଆପଣଙ୍କ ଦୋକାନ, ନା ସଞ୍ଚୟ, ନା ପିଲାଙ୍କ ଭବିଷ୍ୟତ। ତେଣୁ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ପାଇଁ ମୋଦୀଙ୍କୁ କୁହାଗଲେ ପ୍ରସ୍ତାବିତ ଆନ୍ଦୋଳନ ୩୦ ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯିବ ବୋଲି ରାହୁଲ କହିଛନ୍ତି। ସେ ଜ୍ଞାନେଶ କୁମାରଙ୍କୁ ଚତୁର୍ଥ ନମ୍ବର ଅଭିଯୁକ୍ତ ବୋଲି ଦର୍ଶାଇଛନ୍ତି।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button