ରାଜ୍ୟ

Two Robbery and Theft Cases in Bhadrak: ଧୂଷୁରୀରେ ଫାଙ୍କା ଗୁଳି ଫୁଟାଇ ୫.୮୦ ଲକ୍ଷ ଲୁଟ୍‌, ଭଣ୍ଡାରୀପୋଖରୀରେ ୨ ଲକ୍ଷ ଟଙ୍କା ଚୋରି

ଭଦ୍ରକର ଧୂଷୁରୀରେ ଫାଙ୍କା ଗୁଳି ଫୁଟାଇ ସୁନା ଅଳଙ୍କାର ଓ ନଗଦ ୫.୮୦ ଲକ୍ଷ ଟଙ୍କା ଲୁଟ୍‌। ଭଣ୍ଡାରୀପୋଖରୀର ନେରଡ଼ାରେ ଘରୁ ୨ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି। ଦୁଇ ଥାନାରେ ମାମଲା ରୁଜୁ।

ଭଦ୍ରକ (ହରିହର ନାୟକ):  ଧୂଷୁରୀ ଓ ଭଣ୍ଡାରୀପୋଖରୀ ଥାନା ଅଞ୍ଚଳରେ ଦୁଇଟି ପୃଥକ ଘଟଣାରେ ଡକାୟତି ଓ ଚୋରି ହୋଇଥିବାବେଳେ ମୋଟ ୭ ଲକ୍ଷ ୮୦ ହଜାର ଟଙ୍କାର ସମ୍ପତ୍ତି ଲୁଟ୍‌ ହୋଇଛି। ଏହି ଘଟଣା ଦୁଇଟି ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷାର ବାତାବରଣ ସୃଷ୍ଟି କରିଛି।

ଧୂଷୁରୀ ଥାନା ଅନ୍ତର୍ଗତ କାନ୍ତିକା ଗ୍ରାମରେ ଗତ ୨୯ ତାରିଖ ରାତିରେ ୬ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ ଘରେ ପଶି ପରିବାର ସଦସ୍ୟଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଓ ଭୁଜାଲି ଦେଖାଇ ଆତଙ୍କ ସୃଷ୍ଟି କରିଥିଲେ। ଏପରିକି ୫ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଘରୁ ପ୍ରାୟ ୫ ଲକ୍ଷ ୪୦ ହଜାର ଟଙ୍କାର ସୁନା ଅଳଙ୍କାର ଓ ୪୦ ହଜାର ଟଙ୍କା ନଗଦ ଲୁଟି ନେଇଥିଲେ। ପରେ ମୋଟରସାଇକେଲ୍‌ରେ ଆଖି ପିଛୁଳାକେ ଚମ୍ପଟ ମାରିଥିଲେ। ଏନେଇ ଧୂଷୁରୀ ଥାନାରେ ୪୭୬/୨୦୨୬ ନମ୍ବରରେ ମାମଲା ରୁଜୁ ହୋଇଛି।
ଅନ୍ୟ ଏକ ଘଟଣାରେ, ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନେରଡ଼ା ଗ୍ରାମର ଉର୍ମିଳା ନାୟକଙ୍କ ଘରେ ଗତ ୨୭ ଓ ୨୮ ତାରିଖ ମଧ୍ୟବର୍ତ୍ତୀ ରାତିରେ ଚୋରି ହୋଇଛି। ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ୮୦ ହଜାର ଟଙ୍କା, ସୁନା ଅଳଙ୍କାର, ଚାଉଳ ବସ୍ତା ଓ ଶାଢ଼ୀ ସମେତ ପ୍ରାୟ ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଯାଇଛନ୍ତି। ଏ ନେଇ ଭଣ୍ଡାରୀପୋଖରୀ ଥାନାରେ ୫୨୬/୨୦୨୬ ନମ୍ବରରେ ମାମଲା ରୁଜୁ ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button