ରାଜ୍ୟ
Andhra Pradesh campaign: କୋଟିଆରେ ଆନ୍ଧ୍ର ପ୍ରଚାର ଗାଡ଼ି ଅଟକ: ଟିଡିପି ପ୍ରାର୍ଥୀଙ୍କ ସମେତ ୨୦ ସମର୍ଥକଙ୍କୁ ଛାଡ଼ିଲା ପୁଲିସ
କୋଟିଆରେ ଆନ୍ଧ୍ରର ନିର୍ବାଚନ ଭଣ୍ଡୁର କରିବାକୁ ଓଡ଼ିଶା ପ୍ରଶାସନ ପ୍ରୟାସ ଜାରି ରଖିଛି। ସେପଟେ ଆନ୍ଧ୍ର କଳେବଳେ କୌଶଳେ ନିର୍ବାଚନ କରିବା ଲାଗି ଉଦ୍ୟମ କରୁଛି। ଶୁକ୍ରବାର ତଳଗଞ୍ଜେଇପଦର ପଞ୍ଚାୟତ ଲାଗି ଆନ୍ଧ୍ରର ଟିଡିପି (ତେଲୁଗୁ ଦେଶମ ପାର୍ଟି) ପକ୍ଷରୁ ପ୍ରାର୍ଥୀ...

ପଟାଙ୍ଗି: କୋଟିଆରେ ଆନ୍ଧ୍ରର ନିର୍ବାଚନ ଭଣ୍ଡୁର କରିବାକୁ ଓଡ଼ିଶା ପ୍ରଶାସନ ପ୍ରୟାସ ଜାରି ରଖିଛି। ସେପଟେ ଆନ୍ଧ୍ର କଳେବଳେ କୌଶଳେ ନିର୍ବାଚନ କରିବା ଲାଗି ଉଦ୍ୟମ କରୁଛି। ଶୁକ୍ରବାର ତଳଗଞ୍ଜେଇପଦର ପଞ୍ଚାୟତ ଲାଗି ଆନ୍ଧ୍ରର ଟିଡିପି (ତେଲୁଗୁ ଦେଶମ ପାର୍ଟି) ପକ୍ଷରୁ ପ୍ରାର୍ଥୀ ହୋଇଥିବା ଉପରସେମ୍ବି ଗ୍ରାମର ତାଡିଙ୍ଗ ଚିରଞ୍ଜୀବୀ କୋଟିଆରେ ପ୍ରଚାର କରୁଥିବା ବେଳେ ତାଙ୍କୁ ପ୍ରଶାସନ ଅଟକ ରଖିଥିଲା। ଗାଲିଗବଦର ନିକଟରେ ଟିଡିପିର ପ୍ରଚାର ଗାଡ଼ି ସମେତ ପ୍ରାର୍ଥୀ ଚିରଞ୍ଜୀବୀ ଓ ୨୦ ସମର୍ଥକଙ୍କୁ କୋଟିଆର ସ୍ବତନ୍ତ୍ର ଅଧିକାରୀ ସୌରଭ ଦାଶ, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଅଟକ ରଖି କୋଟିଆ ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଲିଗାବଦରରେ ପହଞ୍ଚିବା ପରେ ପ୍ରଚାର ଗାଡ଼ିକୁ ଥାନାକୁ ନେଇଥିଲା। ତେବେ ଟିଡିପି ପ୍ରାର୍ଥୀ ଚିରଞ୍ଜୀବୀଙ୍କ ସମେତ ତାଙ୍କର ୨୦ ସମର୍ଥକଙ୍କୁ ପରେ ପୁଲିସ ଛାଡ଼ିଦେଇଛି।
ସୌଜନ୍ୟ ସମ୍ବାଦ




