ରାଜ୍ୟ

Gangsters Sushil and Sushant: ଖସିଯିବେ ଗ୍ୟାଙ୍ଗଷ୍ଟର୍‌ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ! ଧାରା ୧୨୯ ମାମଲାରେ ଅତିରିକ୍ତ ଦୌରା ଅଦାଲତରୁ ଆଶ୍ବସ୍ତି

ଗ୍ୟାଙ୍କଷ୍ଟର୍‌ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଜେଲ୍‌ରୁ ମୁକୁଳିବାର ବାଟ ସଫା ହେବାରେ ଲାଗିଛି। ଅଭ୍ୟାସଗତ ଅପରାଧୀଙ୍କ ପାଇଁ ଥିବା ବିଏନ୍‌ଏନ୍ଏ‌ସ୍‌ର ଧାରା ୧୨୯ (ପୂର୍ବର ସିଆର୍‌ପିସିର ଧାରା ୧୧୦) ଅନୁସାରେ ରୁଜୁ ମାମଲାରେ ଉଭୟଙ୍କୁ କଟକ ଦ୍ବିତୀୟ ଅତିରିକ୍ତ ଦୌରା ଜଜ୍‌ ଅଦାଲତରୁ ଆଶ୍ବସ୍ତି ମିଳିଛି।

କଟକ: ଗ୍ୟାଙ୍କଷ୍ଟର୍‌ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଜେଲ୍‌ରୁ ମୁକୁଳିବାର ବାଟ ସଫା ହେବାରେ ଲାଗିଛି। ଅଭ୍ୟାସଗତ ଅପରାଧୀଙ୍କ ପାଇଁ ଥିବା ବିଏନ୍‌ଏନ୍ଏ‌ସ୍‌ର ଧାରା ୧୨୯ (ପୂର୍ବର ସିଆର୍‌ପିସିର ଧାରା ୧୧୦) ଅନୁସାରେ ରୁଜୁ ମାମଲାରେ ଉଭୟଙ୍କୁ କଟକ ଦ୍ବିତୀୟ ଅତିରିକ୍ତ ଦୌରା ଜଜ୍‌ ଅଦାଲତରୁ ଆଶ୍ବସ୍ତି ମିଳିଛି।

କଟକ ଏଡିସିପି ତଥା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ଧାରା ୧୨୯ ମାମଲାରେ ୨୦୨୬ ଜୁଲାଇ ୨୭ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ଉଭୟ ଦାୟର କରିଥିବା ପୃଥକ୍‌ ଆବେଦନକୁ ଅତିରିକ୍ତ ଦୌରା ଜଜ୍‌ ଅଦାଲତ ଗ୍ରହଣ କରିଛନ୍ତି। ବିଏନ୍‌ଏସ୍‌ଏସ୍‌ର ଧାରା ୧୩୦, ୧୩୩ ଓ ୧୩୫(୩)ରେ ଥିବା ବ୍ୟବସ୍ଥା ପାଳନ କରି ପିଆର୍‌(ପୁଲିସ ରିପୋର୍ଟ)ର କପି ସୁଶୀଲ ଓ ସୁଶାନ୍ତଙ୍କୁ ପ୍ରଦାନ କରିବାକୁ ଏଡିସିପି ତଥା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ଅତିରିକ୍ତ ଦୌରା ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସୁଶୀଲ ଓ ସୁଶାନ୍ତଙ୍କୁ ଆଇନ ଅନୁସାରେ ସର୍ତ୍ତାରୋପ କରି ଛାଡ଼ିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମର୍କତନଗର ଥାନା ଆଇଆଇସିଙ୍କ ପିଆର୍‌ ଆଧାରରେ ଧାରା ୧୨୯ ମାମଲାରେ ଏଡିସିପି ତଥା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍‌ ଜୁଲାଇ ୨୭ର ନିର୍ଦ୍ଦେଶ ପ୍ରଦାନ କରିଥିଲେ।

ସୁଶାନ୍ତ ଓ ସୁଶୀଲ ଆସାମାଜିକ, ସେମାନଙ୍କ ପୁରୁଣା ଆପରାଧିକ ମାମଲା ରହିଛି, ଉଭୟ ଚାଉଳିଆଗଞ୍ଜ ଥାନାରେ ୨୦୧୬ରେ ଆଇପିସିର ଦଫା ୩୮୭, ୧୨୦(ବି), ୩୪, ଆର୍ମସ ଆକ୍ଟର ଧାରା ୨୫(୧-ଏଏ), ୨୭ ଓ ମର୍କତନଗର ଥାନାରେ ୨୦୨୦ରେ ଆଇପିସିର ଦଫା ୩୮୭, ୧୨୦-ବି, ଆର୍ମସ ଆକ୍ଟର ଧାରା ୨୫(୧-ଏ),୨୫(୧-ଏଏ),୨୫(୧-ବି)ରେ ରୁଜୁ ମାମଲାରେ ଜେଲ୍‌ରେ ଅଛନ୍ତି ବୋଲି ଦର୍ଶାଯାଇଥିଲା। ଉଭୟଙ୍କୁ ଅଭାସୀ ମାଧ୍ୟମରେ ଏଡିସିପି ତଥା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା ଏବଂ ପିଆରକୁ ପଢ଼ି ଶୁଣାଇବା ସହ ବୁଝାଇ ଦିଆଯାଇଥିଲା। ଅଗଷ୍ଟ ୭ରେ ମାମଲାରେ କାରଣ ଦର୍ଶାଇ ଜବାବ ଦାଖଲ କରିବାକୁ କୁହାଯାଇଥିଲା। ଏହାପରେ ବିଭିନ୍ନ ତାରିଖକୁ ମାମଲା ଘୁଞ୍ଚି ଚାଲିଥିଲା। ବଣ୍ଡ୍‌ ଦେବାକୁ ଅନୁମତି ଲୋଡ଼ି ମାମଲାରେ ଛାଡ଼ ପାଇବାକୁ ଉଭୟଙ୍କ ତରଫରୁ ଆବେଦନ ମଧ୍ୟ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା। ୨୦୨୬ ସେପ୍ଟେମ୍ବର ୭ରେ ଚାଉଳିଆଗଞ୍ଜ ଓ ମର୍କତନଗର ଥାନା ମାମଲାରେ ସୁଶୀଲ ଓ ସୁଶାନ୍ତଙ୍କୁ ଜାମିନରେ ଛାଡ଼ିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଧାରା ୧୨୯ ମାମଲା ସେମାନଙ୍କ ଜେଲ୍‌ରୁ ମୁକୁଳିବା ବାଟରେ ବାଧା ସୃଷ୍ଟି କରିଥିଲା।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button