ରାଜ୍ୟ
Tapu Nayak Death Case: ଶିଶୁପାଳଗଡ଼ ତପୁ ନାୟକ ହତ୍ୟା ମାମଲାର ଫିଟିଲା ଗୁମର
ଭୁବନେଶ୍ୱର ଶିଶୁପାଳଗଡ଼ରେ ତପୁ ନାୟକଙ୍କ ମୃତ୍ୟୁ ମାମଲାର ଖୁଲାସା। ନୂଆ ପିସ୍ତଲ ଦେଖାଇବା ବେଳେ ଗୁଳି ଫୁଟିଥିବା ପୁଲିସର ତଦନ୍ତରୁ ଜଣାପଡ଼ିଛି। ମାମଲାରେ ୮ ଜଣ ଗିରଫ ହୋଇଛନ୍ତି।

ନୂଆ ବନ୍ଧୁକ କିଣି କରୁଥିଲେ ପାର୍ଟି, ମଦ ନିଶାରେ ଦବାଇଦେଲେ ଟ୍ରିଗର
ଧଉଳି(ନିରଞ୍ଜନ ସେନାପତି) : ଧଉଳି ଥାନା ଅଧୀନ ଶିଶୁପାଳ ଗଡ଼ ( ବଡ଼ଟାଙ୍ଗି) ଅଞ୍ଚଳରେ ଘର ତିଆରି ସାମଗ୍ରୀ ଚାଲାଣ କରୁଥିବା ଏକ ଠିକା ସଂସ୍ଥା କାର୍ଯ୍ୟାଳୟ ନିକଟରେ ଭରତପୁର ସୀତାରାମ ବସ୍ତିର ଜେସିବି ଚାଳକ ତପୁ ନାୟକଙ୍କ ମୃତଦେହ ମିଳିଥିଲା। ତପୁ(୨୫)ଙ୍କ ଛାତିକୁ ଗୁଳି ବାଜିଥିଲା। ଅନୁସନ୍ଧାନରେ ପ୍ରଥମ ଚରଣରେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅନୁମାନ କରାଯାଉଥିଲା। ଏହି ହତ୍ୟାକାଣ୍ଡ ଉପରେ ପରଦା ଉଠିଛି। ନୂଆ ପିସ୍ତଲ କିଣିବାକୁ ନେଇ ପାର୍ଟି ହୋଇଥିଲା। ମଦ ନିଶାରେ ସେଲ୍ଫି ନେଇଥିଲେ। ଏତିକିରେ ନିଶାରେ ବନ୍ଧୁକର ଗୁଳି ଫୁଟି ସିଧା ତପୁଙ୍କ ଛାତିରେ ବାଜି ମୃତ୍ୟୁ ଘଟିଥିବା ବୋଲି ଜଣାଯାଇଛି। ଏହି ମାମଲାରେ ପୁଲିସ ୫ଜଣଙ୍କୁ ଗିରଫ କରିବା ସହ ଉକ୍ତ ପିସ୍ତଲ ଓ ଏକ ଅଫୁଟା ଗୁଳିକୁ ଜବତ କରିଛି।
ସୌଜନ୍ୟ ସମ୍ବାଦ




