ରାଜ୍ୟ

Landslides: ଗିଡିପାବାଲି ଭୂସ୍ଖଳନ ଘଟଣା; ୫ ମୃତଦେହ ଉଦ୍ଧାର, ଏକାଠି ଜଳିଲା ଚିତା

ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପ୍ରଭାବରେ ପ୍ରବଳ ବର୍ଷା ଗଂଜାମ ଏବଂ କନ୍ଧମାଳର ସୀମାନ୍ତ ଅଞ୍ଚଳରେ ବର୍ଷବର୍ଷ ଧରି ଭୁଲିପାରିବେ ନାହିଁ। ଏହି ବିପର୍ଯ୍ୟୟ ଯୋଗୁଁ ଛାତିଥରା ଭୂସ୍ଖଳନରେ ନିଶ୍ଚିହ୍ନ ହୋଇ ପଡିଥିବା ଭଞ୍ଜନଗର ବ୍ଳକ ବାଇବାଲି...

ଭଞ୍ଜନଗର/ଘୁ.ଉଦୟଗିରି: ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପ୍ରଭାବରେ ପ୍ରବଳ ବର୍ଷା ଗଂଜାମ ଏବଂ କନ୍ଧମାଳର ସୀମାନ୍ତ ଅଞ୍ଚଳରେ ବର୍ଷବର୍ଷ ଧରି ଭୁଲିପାରିବେ ନାହିଁ। ଏହି ବିପର୍ଯ୍ୟୟ ଯୋଗୁଁ ଛାତିଥରା ଭୂସ୍ଖଳନରେ ନିଶ୍ଚିହ୍ନ ହୋଇ ପଡିଥିବା ଭଞ୍ଜନଗର ବ୍ଳକ ବାଇବାଲି ପଞ୍ଚାୟତର ଗିଡିପାବାଲି ଗ୍ରାମରେ ଗତକାଲି ନିଖୋଜ ୧୧ ଜଣଙ୍କ ପ୍ରତୀକାତ୍ମକ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। କିନ୍ତୁ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିବାରବର୍ଗ ନିଷ୍ପତି ବଦଳାଇବା ପରେ ତାହା ହୋଇପାରିନଥିଲା। ସେମାନଙ୍କ ପ୍ରିୟଜନଙ୍କ ସନ୍ଧାନ ଖୋଜି ବାହାର କରିବା ପାଇଁ ଯାଇଥିବା ଉଦ୍ଧରାକାରୀ ଦଳ ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଗୁହାରୀ କରିଥିଲେ। ଫଳରେ ଆଜି ଭୋର ସମୟରେ ଓଡ୍ରାଫ, ଡିଭିଏଫ୍‌ ବାହିନୀର ଏକ ୮୦ ଜଣିଆ ଟିମ ସହ ଗ୍ରାମବାସୀ ଘଟଣାସ୍ଥଳରୁ ଉଦ୍ଧାର କରିବା ପାଇଁ ଗିଡିପାବାଲି ଅଭିମୁଖେ ବାହାରିଥିଲେ।

ଗତ ଶନିବାରରୁ ନିଖୋଜ ୧୩ ଜଣଙ୍କୁ ଖୋଜିବା ପାଇଁ ବଡ ଧରଣର ଅଭିଯାନ ଆରମ୍ଭ ହୋଇଥିଲା। ୩ଟି ରେଳବାଇ ଇଞ୍ଜନିୟର ଟିମ ସହ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବାହିନୀର ୧୦ଟି ଟିମ୍‌ ସହ ଜିଓ ରାଡାର, ଲାଇଭ ଡିଟେକ୍ଟିଭ୍‌ ମେସିନ, କଟର ମେସିନ ଭଳି ବିଭିନ୍ନ ଉନ୍ନତମାନର ଯନ୍ତ୍ରାଂଶ, ସନ୍ଧାନୀ କୁକୁରର ମଧ୍ୟ ବ୍ୟବହାର ହୋଇଥିଲା। ତଥାପି ସୋମବାର ସୁଦ୍ଧା ଗ୍ରାମର ରବି ମଲ୍ଲିକ ଓ ତାଙ୍କ ଜ୍ବାଇଁ ସନମାନ ପ୍ରଧାନଙ୍କ ମୃତଦେହ ମିଳିବା ସହ ତାର ସଂସ୍କାର କରାଯାଇଥିଲା।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button