ରାଜ୍ୟ

Odisha Plans Eco Retreats ରାଜ୍ୟର ୮ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍‌: ସ୍ଥାନୀୟ ରୋଜଗାର ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ

ଓଡ଼ିଶାର ୮ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ଆୟୋଜନ ପାଇଁ ପ୍ରସ୍ତୁତି। ସ୍ଥାନୀୟ ରୋଜଗାର, ଉନ୍ନତ ଭିତ୍ତିଭୂମି, ପର୍ଯ୍ୟଟକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଭୁବନେଶ୍ୱର: ଇକୋ ରିଟ୍ରିଟ୍‌ର ଯୋଜନା ଓ ପରିଚାଳନାରେ ସ୍ଥାନୀୟ ରୋଜଗାରକୁ ମୁଖ୍ୟ ପ୍ରାଥମିକତା ଦିଆଯିବା ଆବଶ୍ୟକ ବୋଲି ଆଜି (ଗୁରୁବାର) ଏକ ବିଭାଗୀୟ ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

ପର୍ଯ୍ୟଟନ ଭବନଠାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା “ଇକୋ ରିଟ୍ରିଟ୍”ର ପ୍ରସ୍ତୁତି ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ପାଇଛି। ଏହି ବୈଠକରେ ପର୍ଯ୍ୟଟନ ବିଭାଗର କମିସନର ତଥା ଶାସନ ସଚିବ ବଳବନ୍ତ ସିଂ, ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ସଚିବ ଲିପ୍ସା ଦାସଙ୍କ ସମେତ ବିଭାଗ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡ଼ିସି)ର ବରିଷ୍ଠ ଅଧିକାରୀ, ବୈଷୟିକ ବିଶେଷଜ୍ଞ ଏବଂ ପର୍ଯ୍ୟଟନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ବୈଠକରେ, ଗୁଣାତ୍ମକ ପର୍ଯ୍ୟଟନ ଭିତ୍ତିଭୂମି, ସୁଗମ ପରିଚାଳନା, ଭ୍ରମଣକାରୀଙ୍କ ଉନ୍ନତ ଅନୁଭୂତି ଏବଂ ରାଜ୍ୟର ବୃଦ୍ଧିପାଉଥିବା ପର୍ଯ୍ୟଟନ ବ୍ୟବସ୍ଥାରେ ସ୍ଥାନୀୟ ସମୁଦାୟର ସକ୍ରିୟ ଭାଗିଦାରୀ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସେହିପରି ସମସ୍ତ ଚିହ୍ନଟ ସ୍ଥାନଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ, ଉତ୍ତମ ସଡ଼କ ସଂଯୋଗୀକରଣ ଏବଂ ଆବଶ୍ୟକୀୟ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଉପରେ ଉପମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି।

ସାହସିକ ପର୍ଯ୍ୟଟନର ସମ୍ଭାବନାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ସ୍ଥାନଗୁଡ଼ିକରେ ଆଡଭେଞ୍ଚର ସ୍ପୋର୍ଟସ ଓ ମନୋରଞ୍ଜନମୂଳକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ। ଏହାସହ ସ୍ଥାନୀୟ କଳା, ପରମ୍ପରା ଓ ସଂସ୍କୃତି ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ଏହି ବୈଠକରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ପର୍ଯ୍ୟଟକଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଇକୋ ରିଟ୍ରିଟ୍ ସ୍ଥଳଗୁଡ଼ିକରେ ସିସିଟିଭି ସରଭେଲାନ୍ସ ସିଷ୍ଟମ୍, ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ପାରାମେଡିକ୍ ଓ ପ୍ରାଥମିକ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ କରାଇବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button