ରାଜ୍ୟ

Land Allocation for New Industries ଓଡ଼ିଶାରେ ୬୩ ନୂଆ ଶିଳ୍ପକୁ ଜମି ଆବଣ୍ଟନ ଅନୁମୋଦନ, ୫୫ଟି ଜମି ଓ ୮ଟି ଏମ୍‌ଏସ୍‌ଏମ୍‌ଇ ପ୍ରସ୍ତାବ ମଞ୍ଜୁର

ଓଡ଼ିଶାରେ ୬୩ଟି ନୂଆ ଶିଳ୍ପ ପାଇଁ ଜମି ଆବଣ୍ଟନକୁ ଅନୁମୋଦନ ମିଳିଛି। ଏଥିରେ ୫୫ଟି ଜମି ଆବଣ୍ଟନ ଓ ୮ଟି ଏମ୍‌ଏସ୍‌ଏମ୍‌ଇ ପ୍ରସ୍ତାବ ରହିଛି।

୫୫ଟି ଜମି ଆବଣ୍ଟନ ଓ ୮ଟି ଏମ୍‌ଏସ୍‌ଏମ୍‌ଇ ପ୍ରସ୍ତାବ ଅନୁମୋଦିତ

ଭୁବନେଶ୍ୱର: ୬୩ଟି ନୂଆ ଶିଳ୍ପକୁ ଜମି ପ୍ରଦାନ କରିବାକୁ ଜମି ଆବଣ୍ଟନ କମିଟିର ଅନୁମୋଦନ ମିଳିଛି। ଆଜି (ଗୁରୁବାର) ଇଡ୍‌କୋର ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠି କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।

ଅନୁମୋଦିତ ପ୍ରସ୍ତାବ ମଧ୍ୟରେ ୫୫ଟି ଜମି ଆବଣ୍ଟନ ପ୍ରସ୍ତାବ ଏବଂ ୮ଟି କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ସମ୍ପର୍କିତ ପ୍ରସ୍ତାବ ରହିଛି।

ସୂଚନାଯୋଗ୍ୟ, ଜମି ଆବଣ୍ଟନ ପ୍ରସ୍ତାବଗୁଡ଼ିକର ନିୟମିତ ଓ ସମୟୋଚିତ ବିଚାର ପାଇଁ ଏବେ ପ୍ରତି ମାସରେ ଜମି ଆବଣ୍ଟନ କମିଟି ବୈଠକ ଅନୁଷ୍ଠିତ ହେଉଛି। ଏଥିସହ ନିବେଶକ ଓ ଉଦ୍ୟୋଗୀମାନଙ୍କ ଅଭିଯୋଗ ଶୁଣିବା ଏବଂ ତାହାର ସମାଧାନ ପାଇଁ ପ୍ରତି ସପ୍ତାହରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ସହ ଜମି ଆବଣ୍ଟନ ପ୍ରକ୍ରିୟା ଅଧିକ ଉତ୍ତରଦାୟୀ ହୋଇପାରିଛି ।

ଏହି ପଦକ୍ଷେପଗୁଡ଼ିକର ମୂଳ ଲକ୍ଷ୍ୟ ହେଉଛି ପ୍ରକ୍ରିୟାଗତ ବିଳମ୍ବ ହ୍ରାସ କରିବା, ସ୍ୱଚ୍ଛତା ବୃଦ୍ଧି କରିବା, ବ୍ୟବସାୟିକ ସୁଗମତାକୁ ଅଧିକ ମଜଭୁତ କରିବା ଏବଂ ନିବେଶକ ଓ ଉଦ୍ୟୋଗୀମାନଙ୍କ ପ୍ରସ୍ତାବକୁ ବାସ୍ତବ ପ୍ରକଳ୍ପରେ ପରିଣତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ବୋଲି ବିଭାଗର ପ୍ରେସ୍‌ ବିବୃତିରେ ଉଲ୍ଲେଖ ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button