ରାଜ୍ୟ
DRDO ପକ୍ଷରୁ କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷଣ
ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ ୫ ନଭେମ୍ବର ୨୦୨୬ରେ ପୂର୍ବାହ୍ନ ପ୍ରାୟ ୧୧ଟା ୧୦ ମିନିଟ୍ ସମୟରେ ଓଡ଼ିଶା ଉପକୂଳସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ଉଡ଼ାଣ...

ଭୁବନେଶ୍ବର: ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ୫ ନଭେମ୍ବର ୨୦୨୬ରେ ପୂର୍ବାହ୍ନ ପ୍ରାୟ ୧୧ଟା ୧୦ ମିନିଟ୍ ସମୟରେ ଓଡ଼ିଶା ଉପକୂଳସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍) ପକ୍ଷରୁ ନିୟୋଜିତ ବିଭିନ୍ନ ରେଞ୍ଜ ଯନ୍ତ୍ରପାତି ମାଧ୍ୟମରେ ସଂଗୃହୀତ ପରୀକ୍ଷଣ ତଥ୍ୟରୁ ଏହି କ୍ଷେପଣାସ୍ତ୍ରର ସମସ୍ତ ନିର୍ଦ୍ଧାରିତ ପରୀକ୍ଷଣ ଲକ୍ଷ୍ୟ ସଫଳତାର ସହ ପୂରଣ ହୋଇଥିବା ସ୍ପଷ୍ଟ ହୋଇଛି।
ସୌଜନ୍ୟ ସମ୍ବାଦ




