ରାଜ୍ୟ
Rayati Dholamara Kalyana Mandapa: ରୟତି ଢୋଲମରା କଲ୍ୟାଣ ମଣ୍ଡପ ଅଧାପନ୍ତରିଆ: ବିକାଶ ପାଇଁ ପ୍ରଶାସନର ଆନ୍ତରିକତା ନାହିଁ
ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ରୟତଢୋଲମରା ପଞ୍ଚାୟତରେ ଗତ ଦୁଇବର୍ଷ ତଳୁ ଆରମ୍ଭ ହୋଇଥିବା କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଖଣ୍ଡପଡ଼ା: ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ରୟତଢୋଲମରା ପଞ୍ଚାୟତରେ ଗତ ଦୁଇବର୍ଷ ତଳୁ ଆରମ୍ଭ ହୋଇଥିବା କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ରୟତ ଢୋଲମରା ପଞ୍ଚାୟତ ଅଧୀନ ନୃସିଂହପ୍ରସାଦ ୨୦୨୨ ମସିହାରେ କଲ୍ୟାଣ ମଣ୍ଡପ ନିର୍ମାଣ ଆରମ୍ଭ ହୋଇଥିଲା। ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏଥି ନିମନ୍ତେ ବିଧାୟକ ହାତପାଣ୍ଠିରୁ ୯ ଲକ୍ଷ ଅନୁଦାନ ରାଶି ମଞ୍ଜୁର କରିଥିବା ବେଳେ ପଞ୍ଚାୟତ ପକ୍ଷରୁ ଏହାର ନିର୍ମାଣ କାମ ହାତକୁ ନିଆଯାଇଥିଲା। ସେହିପରି ରାଜ୍ୟ ସରକାର ମଧ୍ୟ ଏଥି ନିମନ୍ତେ ୧୦ ଲକ୍ଷ ଅତିରିକ୍ତ ଅନୁଦାନ ରାଶି ଯୋଗାଇଦେଇଥିଲେ।
ସୌଜନ୍ୟ ସମ୍ବାଦ




