ରାଜ୍ୟ

Youth Found Dead : କଟକରେ ଚାଞ୍ଚଲ୍ୟ: ଅଟୋ ମିରରରୁ ଉଦ୍ଧାର ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ପ୍ରଧାନ ଗାଁରେ ଅଟୋ ମିରରରୁ ଜାଭିର ମହମ୍ମଦଙ୍କ ମୃତଦେହ ଉଦ୍ଧାର। ହତ୍ୟା ସନ୍ଦେହକୁ ନେଇ ପୁଲିସର ତଦନ୍ତ ଜାରି। ପୁଲିସର ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣା ପଛର ରହସ୍ୟ ସାମ୍ନାକୁ ଆସିବ ।

କଟକ: ଅଟୋ ମିରରରେ ଝୁଲୁଛି ଯୁବକଙ୍କ ମୃତଦେହ । କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ପ୍ରଧାନ ଗାଁର ଇଦ୍‌ଘା ପଡ଼ିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଜାଭିର ମହମ୍ମଦ । ଏକ ଅଟୋର ମିରରରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିବା ପରେ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ସୂଚନା ଅନୁସାରେ, ସକାଳେ ଗ୍ରାମର ଇଦ୍‌ଘା ପଡ଼ିଆରେ ଥିବା ଏକ ଅଟୋର ମିରରରେ ଜାଭିରଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହା ଦେଖିବା ପରେ ତୁରନ୍ତ କଟକ ସଦର ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 ମୃତ୍ୟୁର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ

ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ଏକାଧିକ ସନ୍ଦେହ ସୃଷ୍ଟି ହୋଇଛି । ଜାଭିରଙ୍କୁ ହତ୍ୟା କରିବା ପରେ ଅଟୋରେ ଝୁଲାଇ ଦିଆଯାଇଥିବା ଆଶଙ୍କା କରାଯାଉଛି । ଏହା ପଛରେ ପୂର୍ବ ଶତ୍ରୁତା ରହିଥାଇପାରେ ବୋଲି ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ତେବେ ଏହି ସବୁ ଆଶଙ୍କାର ସତ୍ୟତା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଯୁବକଙ୍କ ମୃତ୍ୟୁ କେମିତି ଓ କେଉଁ ପରିସ୍ଥିତିରେ ହେଲା, ତାହା ଏବେ ବି ଅସ୍ପଷ୍ଟ। ପୁଲିସର ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣା ପଛର ରହସ୍ୟ ସାମ୍ନାକୁ ଆସିବ ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button