ତାକ୍ ଧିନାଧିନ୍: ନୃତ୍ୟ ନିଶାରେ ରାହୁଲ
କାହା ପାଇଁ ନୃତ୍ୟ ମନୋରଞ୍ଜନର ମାଧ୍ୟମ ତ ଆଉ କାହା ପାଇଁ କଳାର ପରିପ୍ରକାଶ। ହେଲେ ରାଉରକେଲାର ରାହୁଲ ସୁନାଙ୍କ ପାଇଁ ନୃତ୍ୟ ହିଁ ଜୀବନ। ପିଲାଦିନରୁ ନୃତ୍ୟ ପ୍ରତି ଆଗ୍ରହ ରଖିଥିବା ରାହୁଲ ନିଜ ପ୍ରତିଭା, ନିଷ୍ଠା ଓ ପରିଶ୍ରମ ବଳରେ ଆଜି ନୃତ୍ୟ ଜଗତରେ ପରିଚୟ ଗଢ଼ିପାରିଛନ୍ତି।

କାହା ପାଇଁ ନୃତ୍ୟ ମନୋରଞ୍ଜନର ମାଧ୍ୟମ ତ ଆଉ କାହା ପାଇଁ କଳାର ପରିପ୍ରକାଶ। ହେଲେ ରାଉରକେଲାର ରାହୁଲ ସୁନାଙ୍କ ପାଇଁ ନୃତ୍ୟ ହିଁ ଜୀବନ। ପିଲାଦିନରୁ ନୃତ୍ୟ ପ୍ରତି ଆଗ୍ରହ ରଖିଥିବା ରାହୁଲ ନିଜ ପ୍ରତିଭା, ନିଷ୍ଠା ଓ ପରିଶ୍ରମ ବଳରେ ଆଜି ନୃତ୍ୟ ଜଗତରେ ପରିଚୟ ଗଢ଼ିପାରିଛନ୍ତି। ରାହୁଲଙ୍କ ନୃତ୍ୟ ଯାତ୍ରାର ଆରମ୍ଭ ଷଷ୍ଠ ଶ୍ରେଣୀରୁ। ୨୦୦୯ ମସିହା ଦୁର୍ଗାପୂଜା ଅବସରରେ ଆୟୋଜିତ ଏକ ନୃତ୍ୟ ପ୍ରତିଯୋଗିତାରେ ୧୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିବା ଥିଲା ତାଙ୍କ ପାଇଁ ପ୍ରଥମ ବଡ଼ ସଫଳତା। ଏହି ପୁରସ୍କାର ତାଙ୍କ ମନରେ ନୂଆ ଆଶା ଓ ଆତ୍ମବିଶ୍ୱାସ ଭରିଥିଲା। ସ୍ଥାନୀୟ ମଞ୍ଚରୁ ଆରମ୍ଭ ହୋଇଥିବା ରାହୁଲଙ୍କ ଯାତ୍ରା ଧୀରେ ଧୀରେ ବଡ଼ ମଞ୍ଚରେ ପହଞ୍ଚିଥିଲା। ୨୦୨୦ରେ ସେ ‘ଇଣ୍ଡିଆ ଡ୍ୟାନ୍ସ ଚାମ୍ପିୟନ୍ସିପ୍’ରେ ଭାଗ ନେଇଥିଲେ। ୨୦୨୧ରେ କୋଲ୍କାତାଠାରେ ରିଆଲିଟି ସୋ’ ‘ଡ୍ୟାନ୍ସ ପ୍ଲସ୍’ର ଅଡିସନ୍ରେ ସାମିଲ ହୋଇଥିଲେ। ଏହି ଅବସରରେ ସୁଶାନ୍ତ ଖତ୍ରୀ ଓ ବର୍ତ୍ତିକା ଝାଙ୍କ ଭଳି ପ୍ରତିଷ୍ଠିତ ନୃତ୍ୟଶିଳ୍ପୀଙ୍କ ସହ ମଞ୍ଚ ବାଣ୍ଟିବାର ସୁଯୋଗ ପାଇଥିଲେ।
ସୌଜନ୍ୟ ସମ୍ବାଦ




