ମନୋରଞ୍ଜନ

The World of Jatra: ଯାତ୍ରା ଦୁନିଆ: ଯାଜ୍ଞସେନୀର ମହାପୁରୁଷ

‘ମହାପୁରୁଷ’ ଏକ ସକାରାତ୍ମକ ସାମାଜିକ ବାର୍ତ୍ତା ବହନ କରୁଥିବା ନାଟକ। ଏହାର କାହାଣୀ ସମାଜରେ ସଂସ୍କାର, ସ୍ନେହ, ପ୍ରେମ ଓ ନୀତି ଆଦର୍ଶର ବାର୍ତ୍ତା ବାଣ୍ଟିଥାଏ। ପୂରା ପରିବାର ସହିତ ବସି ଦେଖିଲା ଭଳି ନାଟକଟିଏ ହେଉଛି ଯାଜ୍ଞସେନୀ ଗଣନାଟ୍ୟର ‘ମହାପୁରୁଷ’।

‘ମହାପୁରୁଷ’ ଏକ ସକାରାତ୍ମକ ସାମାଜିକ ବାର୍ତ୍ତା ବହନ କରୁଥିବା ନାଟକ। ଏହାର କାହାଣୀ ସମାଜରେ ସଂସ୍କାର, ସ୍ନେହ, ପ୍ରେମ ଓ ନୀତି ଆଦର୍ଶର ବାର୍ତ୍ତା ବାଣ୍ଟିଥାଏ। ପୂରା ପରିବାର ସହିତ ବସି ଦେଖିଲା ଭଳି ନାଟକଟିଏ ହେଉଛି ଯାଜ୍ଞସେନୀ ଗଣନାଟ୍ୟର ‘ମହାପୁରୁଷ’। ବଡ଼ଭାଇ ଶକ୍ତିକାନ୍ତ ରାୟଚୌଧୁରୀଙ୍କ ଅହଂକାର ପାଇଁ ନିଜ ପ୍ରେମକୁ ଭୁଲିଯାଇ, ନିଜ ବିଧବା ଭାଉଜଙ୍କୁ ନିଜର କରିନିଏ ସମାଜସେବୀ ସାର୍ଥକରାୟ ଚୌଧୁରୀ। ସମୟକ୍ରମେ ନିଜ ଅାଭିଜାତ୍ୟ ଓ ପରମ୍ପରାକୁ ପଛରେ ପକେଇ ନିଜ ମଝିଆ ଭାଇଙ୍କ ସ୍ମୃତିକୁ ବଞ୍ଚେଇ ରଖେ। ଭାଉଜ ସଂଗୀତାଙ୍କ ମଥାରେ ସିନ୍ଦୂର ଦିଏ। ତେଣେ ସାର୍ଥକ ଓ ସାଧନାଙ୍କର ପ୍ରେମ ଭାଙ୍ଗିଯାଏ। ତଥାପି ସାଧନା ମହାପୁରୁଷ ଆସନରେ ବସେଇ ପୂଜା କରେ ସାର୍ଥକକୁ। ସାଧନା ଆଖିର ଆଖିଏ ସ୍ବପ୍ନ ପାଇଁ ସାର୍ଥକ ନିଜ କିଡ୍‌ନି ବିକ୍ରି କରି ସଂଗୀତାର ଭାଇ ସିଦ୍ଧାର୍ଥକୁ ଡାକ୍ତର କରେ ଓ ଶେଷରେ ସାଧନାକୁ ସିଦ୍ଧାର୍ଥ ସହ ବାହା କରିଦିଏ।

ହେଲେ ସାର୍ଥକ ଆଉ ସାଧନାର ସମ୍ପର୍କକୁ ଭୁଲ୍‌ ବୁଝି ନିଜ ପତ୍ନୀକୁ ବାହାର କରିଦିଏ ସିଦ୍ଧାର୍ଥ। ନିଜ କଳଙ୍କିନୀ ସ୍ତ୍ରୀ ଶାଳିନୀର ବିଷଜ୍ୱାଳାରେ ଛଟପଟ ହେଇ ବଞ୍ଚିବା ମରିବା ସମାନ ହେଇଯାଏ ଶକ୍ତିକାନ୍ତ ରାୟଚୌଧୁରୀଙ୍କର। ଯେତେବେଳେ ସେ ଜାଣନ୍ତି କି ତାଙ୍କର ଜୀବନ ବଞ୍ଚେଇ ଥିବା ମଣିଷଟି ହେଉଛି ତାଙ୍କ ସାନଭାଇ ସାର୍ଥକ, ସେତେବେଳେ ତାଙ୍କ ଉପରେ ଆକାଶ ଛିଣ୍ଡିପଡ଼େ। ସେ ସବୁ ଅହଂକାରକୁ ଭୁଲିଯାଇ ଖୋଜନ୍ତି ସାର୍ଥକକୁ। ସମସ୍ତେ ନିଜ ନିଜର ଭୁଲ୍‌ ବୁଝିପାରନ୍ତି, ହେଲେ ସାର୍ଥକ କାହାକୁ ଅପେକ୍ଷା କରିନି। ସେ ଯନ୍ତ୍ରଣାରେ ଛଟପଟ ହେଇ ଶେଷନିଶ୍ବାସ ତ୍ୟାଗ କରିଛି। ସେ ପାଲଟିଯାଇଛି ସମସ୍ତଙ୍କ ପାଇଁ ମହାପୁରୁଷ। ଏହି ଭୂମିକାରେ ଅଭିନେତା ଲରେନ୍ସଙ୍କ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button