ରାଜ୍ୟ

Migrant Tragedy: ପୁଣି ମାଲକାନଗିରିରେ ଦାଦନ ଦୁଃଖ ,ମୃତଦେହ ଫେରେଇ ଆଣିବାକୁ ଅନୁରୋଧ

ମାଲକାନଗିରି,୦୯ \୧୧ : ପୁଣି ଦାଦନ ଦୁଃଖ । ଚାଲିଗଲା ପରିବାରର ରୋଜଗାରିଆ ପୁଅ । ମୃତଦେହ ଫେରାଇ ଆଣିବାକୁ ପରିବାରର ଆକୁଳ ନିବେଦନ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ପୌର ପରିଷଦର ୩ ନମ୍ବର ୱାର୍ଡରେ । ମୃତକ ହେଲେ ଲିଙ୍ଗରାଜ ସେଠୀ ।

ସୂଚନା ଅନୁସାରେ, ପରିବାରର ବୋଝ ମୁଣ୍ଡରେ ନେଇ ଟଙ୍କା ରୋଜଗାର କରିବା ଲାଗି ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ଶ୍ରମିକ ଲିଙ୍ଗରାଜ । ହେଲେ କାର୍ଯ୍ୟ କ୍ଷେତ୍ରକୁ ଯିବା ସମୟରେ ଆସିଲା କାଳ । ସବୁଦିନ ପାଇଁ ଆଖି ବୁଜିଲେ ଦାଦନ ଶ୍ରମିକ । ତେବେ ଡ୍ୟୁଟିକୁ ଯିବା ସମୟରେ କମ୍ପାନୀ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେବାରୁ ଲିଙ୍ଗରାଜଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଖବର ପାଇବା ପରେ ଲିଙ୍ଗରାଜଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । ଗରିବ ପରିବାର ହୋଇଥିବାରୁ ମୃତ ଶରୀର କେମିତି ଫେରିବ ଘରେ ଓ ପରିବାରକୁ କିପରି ସହାୟତା ମିଳିବ ସେନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ମୃତଦେହ ଫେରାଇ ଆଣିବା ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button