ହାତରେ ଫୁଟିଲା ବାଣ, ଛିଣ୍ଡିଗଲା ପାପୁଲି

ଧର୍ମଗଡ଼,୯ା୧୧(ଘାସିରାମ ଜଗତ): ବାଣ ଫୁଟାଉଥିବା ବେଳେ ଅଘଟଣ। ଅସାବଧାନତା ଯୋଗୁ ହାତରେ ହିଁ ବାଣଟି ଫୁଟିଯିବାରୁ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡି ଅଲଗା ହୋଇଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗୋଡ଼ଭଞ୍ଜା ଗାଁରେ। ଆହତ ଯୁବକ ଜଣକ ସେହି ଗ୍ରାମର ପିଣ୍ଟୁ ପଟେଲ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରବିବାର ରାତିରେ ପିଣ୍ଟୁ ବାଣ ଫୁଟାଉଥିବା ସମୟରେ ହଠାତ୍ ଏକ ବାଣ ତାଙ୍କ ହାତରେ ହିଁ ଫୁଟି ଯାଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ତାଙ୍କ ଡାହାଣ ହାତର ପାପୁଲିଟି ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ଯାଇଛି। ଘଟଣାସ୍ଥଳରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରି ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଜରୁରୀକାଳିନ ଚିକିତ୍ସା ଚାଲିଥିବା ସୂଚନା ମିଳିଛି।
ସୌଜନ୍ୟ ଧରିତ୍ରୀ




