ମନୋରଞ୍ଜନ
First Indian actor: ‘ଲାକ୍ମା’ ଆର୍ଟ ଓ ଫିଲ୍ମ ଗାଲାରେ ପ୍ରଥମ ଭାରତୀୟ ଅଭିନେତା
ଆଉ ଏକ ଅନ୍ତର୍ଜାତୀୟ ପରିଚୟ ହାସଲ କରିଛନ୍ତି ବଲିଉଡ୍ ଅଭିନେତା ଋତିକ ରୋଶନ। ସେ ଲସ୍ ଆଞ୍ଜେଲସ୍ରେ ଅନୁଷ୍ଠିତ ୧୫ତମ ‘ଲାକ୍ମା’ ଆର୍ଟ ଫିଲ୍ମ ଗାଲାରେ ଯୋଗଦେଇ ଇତିହାସ ରଚିଛନ୍ତି।

ଆଉ ଏକ ଅନ୍ତର୍ଜାତୀୟ ପରିଚୟ ହାସଲ କରିଛନ୍ତି ବଲିଉଡ୍ ଅଭିନେତା ଋତିକ ରୋଶନ। ସେ ଲସ୍ ଆଞ୍ଜେଲସ୍ରେ ଅନୁଷ୍ଠିତ ୧୫ତମ ‘ଲାକ୍ମା’ ଆର୍ଟ ଫିଲ୍ମ ଗାଲାରେ ଯୋଗଦେଇ ଇତିହାସ ରଚିଛନ୍ତି। ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଋତିକଙ୍କ ଉପସ୍ଥିତି ଭାରତୀୟ ସିନେମା ପାଇଁ ଏକ ଗୌରବମୟ ମୁହୂର୍ତ୍ତ ପାଲଟିଛି।
ଏହି ଉତ୍ସବରେ ହଲିଉଡ୍ର ବହୁ ପ୍ରତିଷ୍ଠିତ ଅଭିନେତା, ଚଳଚ୍ଚିତ୍ର ନିର୍ମାତା, କଳାକାର ଏବଂ ବିଶ୍ୱ ସାଂସ୍କୃତିକ ଜଗତର ବହୁ ନାମୀଦାମୀ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ। ସେମାନଙ୍କ ଗହଣରେ ଋତିକଙ୍କ ଉପସ୍ଥିତି ବେଶ୍ ଆକର୍ଷଣୀୟ ଥିଲା। ଏହି ଗାଲାରେ ଯୋଗଦେବାରେ ସେ ପ୍ରଥମ ମୁଖ୍ୟଧାରାର ଭାରତୀୟ ଅଭିନେତା ବିବେଚିତ ହୋଇଛନ୍ତି।
ସୌଜନ୍ୟ ସମ୍ବାଦ




