Asian Champions Trophy squad: ଏସୀୟ ଚାମ୍ପିଅନ୍ସ ଟ୍ରଫି ଦଳରେ ପୂଜା, ସୁନେଲିତା
ଭୋପାଳରେ ନଭେମ୍ବର ୧୯ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତା ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ଓଡ଼ିଶାରୁ ଦୁଇ ଜଣ ପୂଜା ସାହୁ ଓ ସୁନେଲିତା ଟୋପ୍ପୋ ସ୍ଥାନ ପାଇଛନ୍ତି।

ଭୁବନେଶ୍ବର: ଭୋପାଳରେ ନଭେମ୍ବର ୧୯ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତା ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ଓଡ଼ିଶାରୁ ଦୁଇ ଜଣ ପୂଜା ସାହୁ ଓ ସୁନେଲିତା ଟୋପ୍ପୋ ସ୍ଥାନ ପାଇଛନ୍ତି। ଭେଟେରାନ ଗୋଲି ସବିତା ପୁନିଆଙ୍କୁ ଏହି ପ୍ରତିଯୋଗିତାରେ ବିଶ୍ରାମ ଦିଆଯାଇଥିଲା ବେଳେ ତାଙ୍କ ସ୍ଥାନରେ ବାଂଶରୀ ସୋଲାଙ୍କି ଦଳରେ ସାମିଲ ହୋଇଛନ୍ତି। ଭୋପାଳର ନାଥୁ ବର୍ଖେଡାସ୍ଥିତ ନବ ନିର୍ମିତ ଇଣ୍ଟରନ୍ୟାସନାଲ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଗତ ସଂସ୍କରଣ ବିଜେତା ଭାରତ ଉଦ୍ଘାଟନୀ ଦିବସରେ ମାଲେସିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ୨୧ ତାରିଖରେ ଦକ୍ଷିଣ କୋରିଆ, ୨୨ରେ ଥାଇଲାଣ୍ଡ, ୨୪ରେ ଚୀନ୍ ଓ ୨୫ରେ ଜାପାନ ବିପକ୍ଷରେ ଖେଳି ଲିଗ୍ ପର୍ଯ୍ୟାୟ ଶେଷ କରିବ। ୨୭ରେ ସେମିଫାଇନାଲ୍ ଏବଂ ୨୮ରେ ପଦକ ଲାଗି ମ୍ୟାଚ୍ ଖେଳାଯିବ।
ସୌଜନ୍ୟ ସମ୍ବାଦ




