ରାଜ୍ୟ
Cyclone Assistance: ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାର ସବୁ ପ୍ରଭାବିତଙ୍କୁ ମିଳିବ ବାତ୍ୟା ସହାୟତା
ବାତ୍ୟା ଅର୍ଣ୍ଣବ ଦ୍ବାରା ପ୍ରଭାବିତ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ପ୍ରଭାବିତ ପରିବାରକୁ ମିଳିବ ଜରୁରିକାଳୀନ ରିଲିଫ ସହାୟତା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ସ୍ବତନ୍ତ୍ର ପ୍ୟାକେଜ୍ ଅନୁଯାୟୀ, ପ୍ରତ୍ୟେକ ପ୍ରଭାବିତ ପରିବାରଙ୍କୁ ୫୦କେଜି ଲେଖାଏଁ ଚାଉଳ...

ଭୁବନେଶ୍ବର: ବାତ୍ୟା ଅର୍ଣ୍ଣବ ଦ୍ବାରା ପ୍ରଭାବିତ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ପ୍ରଭାବିତ ପରିବାରକୁ ମିଳିବ ଜରୁରିକାଳୀନ ରିଲିଫ ସହାୟତା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ସ୍ବତନ୍ତ୍ର ପ୍ୟାକେଜ୍ ଅନୁଯାୟୀ, ପ୍ରତ୍ୟେକ ପ୍ରଭାବିତ ପରିବାରଙ୍କୁ ୫୦କେଜି ଲେଖାଏଁ ଚାଉଳ ଏବଂ ୨୫୦୦ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏନେଇ ଜିଲ୍ଲାପାଳମାନେ ତୁରନ୍ତ ପଦକ୍ଷେପ ନେବା ସହ ବ୍ଲକ ଅନୁଯାୟୀ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବାକୁ ସ୍ବତନ୍ତ୍ର ରିଲିଫ କମିସନର ରାଜେଶ ପ୍ରଭାକର ପାଟିଲ ଆଜି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି।
ସୌଜନ୍ୟ ସମ୍ବାଦ




