ରାଜ୍ୟ

Plus 2 form-fillup: ଯୁକ୍ତ୨ ଫର୍ମ ପୂରଣ ଅବଧି ୧୪ ଯାଏଁ ବଢ଼ିଲା

୨୦୨୭ରେ ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ୨ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ନିୟମିତ ଛାତ୍ରଛାତ୍ରୀ ବିନା ଜରିମାନାରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଓ ନାମ ପଞ୍ଜୀକରଣ କରିପାରିବେ।

ଭୁବନେଶ୍ବର: ୨୦୨୭ରେ ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ୨ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ନିୟମିତ ଛାତ୍ରଛାତ୍ରୀ ବିନା ଜରିମାନାରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଓ ନାମ ପଞ୍ଜୀକରଣ କରିପାରିବେ। ପୂର୍ବରୁ ଏହି ଅବଧି ନଭେମ୍ବର ୧୧ରେ ଶେଷ ହେବାର ଥିଲା। ତେବେ ବାତ୍ୟା ‘ଅର୍ଣ୍ଣବ’ ଓ ‘ମୁରାସୁ’ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଅବଧି ବୃଦ୍ଧି ପାଇଁ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅନୁରୋଧ ଆସିଥିଲା।

ତାହାକୁ ବିଚାରକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ସହ ଦୂରନିରନ୍ତର ଶିକ୍ଷା(କରେସ୍‌ପଣ୍ଡେନ୍ସ କୋର୍ସ)ର ନିୟମିତ ପରୀକ୍ଷାର୍ଥୀଙ୍କ ପାଇଁ ଏହି ସୁଯୋଗ ଉପଲବ୍ଧ ହେବ। ପରିବର୍ତ୍ତିତ ସମୟସୀମା ଅନୁଯାୟୀ ଫର୍ମ ପୂରଣ ପ୍ରକ୍ରିୟା ଶେଷ କରିବାକୁ ପରିଷଦ ପକ୍ଷରୁ ସମସ୍ତ ଅଧ୍ୟକ୍ଷ ଓ ପ୍ରଧାନଶିକ୍ଷକଙ୍କୁ କୁହାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button