ଖେଳ

IPL: ଆଇପିଏଲ୍ ୨୦୨୭ ମିନି ଅକ୍ସନ୍: ମୁସ୍ତାଫିଜୁର ରହମାନଙ୍କ ସମେତ ୭ ଜଣ ବାଂଲାଦେଶୀ ଖେଳାଳିଙ୍କ ପଞ୍ଜୀକରଣ

ଆଗାମୀ ଆଇପିଏଲ୍ (IPL 2027) ମିନି ଅକ୍ସନ୍ ପାଇଁ ବାଂଲାଦେଶରୁ ବଡ଼ ଖବର ସାମ୍ନାକୁ ଆସିଛି। ବାଂଲାଦେଶର ଷ୍ଟାର୍ ପେସର୍ ମୁସ୍ତାଫିଜୁର ରହମାନଙ୍କ ସମେତ ମୋଟ ୭ ଜଣ ବାଂଲାଦେଶୀ କ୍ରିକେଟର୍ ଏହି ଅକ୍ସନରେ ଅଂଶଗ୍ରହଣ କରିବା ପାଇଁ ନିଜର ନାଁ ପଞ୍ଜୀକରଣ କରିଛନ୍ତି

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ୍ (IPL 2027) ମିନି ଅକ୍ସନ୍ ପାଇଁ ବାଂଲାଦେଶରୁ ବଡ଼ ଖବର ସାମ୍ନାକୁ ଆସିଛି। ବାଂଲାଦେଶର ଷ୍ଟାର୍ ପେସର୍ ମୁସ୍ତାଫିଜୁର ରହମାନଙ୍କ ସମେତ ମୋଟ ୭ ଜଣ ବାଂଲାଦେଶୀ କ୍ରିକେଟର୍ ଏହି ଅକ୍ସନରେ ଅଂଶଗ୍ରହଣ କରିବା ପାଇଁ ନିଜର ନାଁ ପଞ୍ଜୀକରଣ କରିଛନ୍ତି। ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ଏହାର ସ୍ପଷ୍ଟୀକରଣ ଦେଇ କହିଛି ଯେ ଏହା ଏକ ସାଧାରଣ ପ୍ରକ୍ରିୟା ଏବଂ ବିସିସିଆଇ (BCCI) ର ନିର୍ଦ୍ଦେଶ କ୍ରମେ ଆଗ୍ରହୀ ଖେଳାଳିମାନେ ଏଥିପାଇଁ ପଞ୍ଜୀକରଣ କରିଛନ୍ତି।

ତାଲିକାରେ କେଉଁ କେଉଁ ଖେଳାଳି ଅଛନ୍ତି?
ମୁସ୍ତାଫିଜୁର ରହମାନଙ୍କ ବ୍ୟତୀତ ଯେଉଁ ଅନ୍ୟ ବାଂଲାଦେଶୀ ଖେଳାଳିମାନେ ଅକ୍ସନ୍ ତାଲିକାରେ ସାମିଲ ଅଛନ୍ତି ସେମାନେ ହେଲେ ନାହିଦ ରାଣା, ରିଶାଦ ହୋସେନ୍, ହସନ ମହମୁଦ, ତୌହିଦ ହୃଦୋୟ, ତସ୍କିନ୍ ଅହମଦ, ଶୋରିଫୁଲ ଇସ୍ଲାମ |

ପୂର୍ବ ବିବାଦ ଏବଂ ମୁସ୍ତାଫିଜୁରଙ୍କ ସ୍ଥିତି
ଗତ ଆଇପିଏଲ୍ ସିଜିନରେ କୋଲକତା ନାଇଟ୍ ରାଇଡର୍ସ (KKR) ତାଙ୍କୁ ୯.୨୦ କୋଟି ଟଙ୍କାର ଏକ ବଡ଼ ମୂଲ୍ୟରେ କିଣିଥିଲା। କିନ୍ତୁ ବିଭିନ୍ନ କାରଣ ଓ ବିସିସିଆଇର ନିର୍ଦ୍ଦେଶକ୍ରମେ ତାଙ୍କୁ ଦଳରୁ ମୁକ୍ତ କରାଯାଇଥିଲା। ଏହି ବିବାଦ ପରେ ବାଂଲାଦେଶ କ୍ରିକେଟ୍ ଏବଂ ଆଇପିଏଲ୍ ମଧ୍ୟରେ କିଛି ଦୂରତା ଦେଖାଦେଇଥିଲା। ଏସବୁ ସତ୍ତ୍ବେ, ବର୍ତ୍ତମାନ ମୁସ୍ତାଫିଜୁର ପୁଣିଥରେ ଆଇପିଏଲ୍ ଖେଳିବା ପାଇଁ ଆଶାୟୀ ଅଛନ୍ତି ଏବଂ ଅକ୍ସନରେ ଭାଗ ନେବାକୁ ପ୍ରସ୍ତୁତ ହୋଇଛନ୍ତି।   ଆଗାମୀ ଡିସେମ୍ବର ୧୬ ତାରିଖରେ ଗୋଆଠାରେ ଆଇପିଏଲ୍ ୨୦୨୭ ମିନି ଅକ୍ସନ୍ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି, ଯେଉଁଥିରେ ଏହି ବାଂଲାଦେଶୀ ଖେଳାଳିମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button