ଦେଶ ବିଦେଶ

Badrinath Dham Closing Date 2026: ଶୀତ ଋତୁ ପାଇଁ ବନ୍ଦ ହୋଇଯିବ ବଦ୍ରିନାଥ ମନ୍ଦିରର କବାଟ

ବଦ୍ରିନାଥ ମନ୍ଦିରର କବାଟ ବନ୍ଦ କରିବା ପ୍ରକ୍ରିୟା ଗୁରୁବାର, ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେବ। ନଭେମ୍ବର ୧୬ ତାରିଖ ରାତି ୯ଟା ୩୭ ମିନିଟ୍‌ରେ ଶୀତକାଳ ପାଇଁ ମନ୍ଦିରର କବାଟ ବନ୍ଦ କରାଯିବ।

ନୂଆଦିଲ୍ଲୀ: ବଦ୍ରିନାଥ ମନ୍ଦିରର କବାଟ ବନ୍ଦ କରିବା ପ୍ରକ୍ରିୟା ଗୁରୁବାର, ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେବ। ନଭେମ୍ବର ୧୬ ତାରିଖ ରାତି ୯ଟା ୩୭ ମିନିଟ୍‌ରେ ଶୀତ ଋତୁ  ପାଇଁ ମନ୍ଦିରର କବାଟ ବନ୍ଦ କରାଯିବ। ଏହା ପୂର୍ବରୁ ମନ୍ଦିରରେ ପାଞ୍ଚଟି ବିଶେଷ ପୂଜା ବା ପଞ୍ଚପୂଜା ସମ୍ପନ୍ନ ହେବ।

ବଦ୍ରି-କେଦାର ମନ୍ଦିର କମିଟି (ବିକେଟିସି)ର ଗଣମାଧ୍ୟମ ପ୍ରଭାରୀ ଡକ୍ଟର ହରିଶ ଗୌଡ଼ଙ୍କ ସୂଚନା ଅନୁସାରେ, ନଭେମ୍ବର ୧୨ ତାରିଖରେ ଗଣେଶ ମନ୍ଦିରର କବାଟ ବନ୍ଦ କରାଯିବ। ୧୩ ତାରିଖରେ ଆଦି କେଦାରେଶ୍ୱର ଓ ଆଦିଗୁରୁ ଶଙ୍କରାଚାର୍ଯ୍ୟ ମନ୍ଦିରର କବାଟ ବନ୍ଦ ହେବ। ସେହିପରି ୧୪ ତାରିଖରେ ଖଡ୍‌ଗ-ପୁସ୍ତକ ପୂଜା ସହ ବେଦମନ୍ତ୍ର ପାଠ ବନ୍ଦ କରାଯିବ।

ଶେଷ ତିନି ଦିନ ଭଗବାନ ବଦ୍ରିବିଶାଳଙ୍କୁ ଗୁପ୍ତ ମନ୍ତ୍ରରେ ପୂଜାର୍ଚ୍ଚନା କରାଯିବ

କବାଟ ବନ୍ଦ ହେବାର ଶେଷ ତିନି ଦିନ ଭଗବାନ ବଦ୍ରିବିଶାଳଙ୍କୁ ଗୁପ୍ତ ମନ୍ତ୍ରରେ ପୂଜାର୍ଚ୍ଚନା କରାଯିବ। ନଭେମ୍ବର ୧୫ ତାରିଖରେ ମା’ ଲକ୍ଷ୍ମୀଙ୍କୁ କଢ଼େଇ ଭୋଗ ଅର୍ପଣ କରାଯିବ। ଏହାପରେ ଭଗବାନ ବଦ୍ରିବିଶାଳଙ୍କ ଦ୍ବାରକୁ ଆସିବା ପାଇଁ ମା’ ଲକ୍ଷ୍ମୀଙ୍କୁ ନିମନ୍ତ୍ରଣ ଦିଆଯିବ। ନଭେମ୍ବର ୧୬ ତାରିଖରେ ମୁଖ୍ୟ ପୂଜକ ରାୱଲ ଅମରନାଥନମ୍ବୁଦିରି ମହିଳା ବେଶ ଧାରଣ କରି ମା’ ଲକ୍ଷ୍ମୀଙ୍କୁ ବଦ୍ରିଶ ପଞ୍ଚାୟତ ଅର୍ଥାତ୍ ମନ୍ଦିରର ଗର୍ଭଗୃହରେ ବିରାଜମାନ କରାଇବେ। ସେହିଦିନ ଭଗବାନ କୁବେର ଓ ଉଦ୍ଧବଙ୍କ ଚଳନ୍ତି ପ୍ରତିମାକୁ ମନ୍ଦିର ପରିସରକୁ ଅଣାଯିବ। ଏହାପରେ ରାତି ୯ଟା ୩୭ ମିନିଟ୍‌ରେ ବଦ୍ରିନାଥ ମନ୍ଦିରର କବାଟ ଶୀତକାଳ ପାଇଁ ବନ୍ଦ କରାଯିବ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button