ରାଜ୍ୟ

Education: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ‘ଆଇକନିକ୍ ଟାୱାର’କୁ ଉଦ୍‌ଘାଟନ କଲେ ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ ଆଜି କଟକ ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ 'ଆଇକନିକ୍ ଟାୱାର'କୁ ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

କଟକ: ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ ଆଜି କଟକ ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆଇକନିକ୍ ଟାୱାର’କୁ ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ଆଜୀବନ ସଭାପତି ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତ ଥିଲେ।

ସମାବେଶରେ ଉଦବୋଧନ ଦେଇ ଉପ-ରାଷ୍ଟ୍ରପତି କହିଥିଲେ, ଏହି ସମାରୋହ ଗୋଟିଏ ଅଟ୍ଟାଳିକାର ଉଦଘାଟନ ଠାରୁ ଊର୍ଦ୍ଧ୍ୱରେ, କାରଣ ଏହା ଏକ ଦୃଷ୍ଟିକୋଣ, ଶିକ୍ଷାର ଏକ ପ୍ରେରଣାଦାୟକ ଦର୍ଶନ, ଭାରତର ଗୌରବମୟ ସାଂସ୍କୃତିକ ଐତିହ୍ୟ ଏବଂ ଭାରତର ଭବିଷ୍ୟତ ଗଠନ ପାଇଁ ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ।

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଏକ ଅସାଧାରଣ ଦୂରଦୃଷ୍ଟିର ପ୍ରତିଫଳନ ବୋଲି ଉପ-ରାଷ୍ଟ୍ରପତି ବର୍ଣ୍ଣନା କରିଥିଲେ । ସେ କହିଥିଲେ, ଶିକ୍ଷାକୁ ନେଇ ଗୁରୁଦେବଙ୍କ ଦୃଷ୍ଟିକୋଣ ପାରମ୍ପରିକ ଶିକ୍ଷାଗତ ସୀମାବଦ୍ଧତାଠାରୁ ବହୁ ଊର୍ଦ୍ଧ୍ୱରେ । ପ୍ରାଚ୍ୟ ଜ୍ଞାନ ଏବଂ ପାଶ୍ଚାତ୍ୟ ବିଜ୍ଞାନର ଏକ ସମାଗମ ଭାବରେ ପରିକଳ୍ପିତ ଏହି ବିଶ୍ୱବିଦ୍ୟାଳୟ ୨୦୧୨ ମସିହାରେ ନିଜର ଶିକ୍ଷାଦାନ ଯାତ୍ରା ଆରମ୍ଭ କରିଥିଲା। ଏହାର ମୂଳ ଦର୍ଶନ ଥିଲା, ପ୍ରକୃତ ଶିକ୍ଷା ବ୍ୟକ୍ତିର ଚରିତ୍ର, ଚେତନା ଏବଂ କରୁଣାଭାବକୁ ବିକଶିତ କରିବା ଉଚିତ୍। ବର୍ତ୍ତମାନର ସମୟରେ ଏହି ଦୃଷ୍ଟିକୋଣର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ, ଶିକ୍ଷା ଯୁବପିଢ଼ିଙ୍କୁ କେବଳ ଶିକ୍ଷାଗତ ସଫଳତା ପାଇଁ ପ୍ରସ୍ତୁତ କରିବା ଉଚିତ୍ ନୁହେଁ, ବରଂ ସମାଜରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବା ଏବଂ ବିଶ୍ୱର ଦାୟିତ୍ୱବାନ ନାଗରିକ ହେବା ପାଇଁ ମଧ୍ୟ ସକ୍ଷମ କରିବା ଉଚିତ୍।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button