ଦେଶ ବିଦେଶ
India Aircraft Shortage: ଭାରତରେ ବିମାନର ଘୋର ଅଭାବ, ୧୦୦୦ ନୂଆ ବିମାନ ଦରକାର
ଭାରତରେ ବିମାନ ଯାତ୍ରୀଙ୍କ ସଂଖ୍ୟା ଅନୁସାରେ ବିମାନ ନାହିଁ। ବିମାନର ଘୋର ଅଭାବ ରହିଛି। ଭାରତୀୟ ଏୟାରଲାଇନ୍ଗୁଡ଼ିକ ୧୨୦୦ରୁ ଅଧିକ ବିମାନ କିଣିବାକୁ ବରାଦ ଦେଇଛନ୍ତି। ତଥାପି ଆହୁରି ୧୦୦୦ ବିମାନର ଅଭାବ ରହିଥିବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି।

ନୂଆଦିଲ୍ଲୀ: ଭାରତରେ ବିମାନ ଯାତ୍ରୀଙ୍କ ସଂଖ୍ୟା ଅନୁସାରେ ବିମାନ ନାହିଁ। ବିମାନର ଘୋର ଅଭାବ ରହିଛି। ଭାରତୀୟ ଏୟାରଲାଇନ୍ଗୁଡ଼ିକ ୧୨୦୦ରୁ ଅଧିକ ବିମାନ କିଣିବାକୁ ବରାଦ ଦେଇଛନ୍ତି। ତଥାପି ଆହୁରି ୧୦୦୦ ବିମାନର ଅଭାବ ରହିଥିବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଇଜିପ୍ଟ ଗସ୍ତ ପୂର୍ବରୁ ଗୋୟଲ କହିଥିଲେ, ଦେଶ ପାଇଁ ୨୦୦୦ରୁ ଅଧିକ ବିମାନର ଆବଶ୍ୟକତା ରହିଛି। ଯେଉଁ ବିମାନଗୁଡ଼ିକର ବରାଦ ଦିଆଯାଇଛି ତାହା କିଭଳି ଶୀଘ୍ର ଆସିବ, ସେଥିପାଇଁ ଉଦ୍ୟମ କରାଯାଉଛି। ସରକାର ମଧ୍ୟ ସେଥିରେ ସହଯୋଗ କରୁଛନ୍ତି। ଆହୁରି ଅଧିକ ବିମାନ କିଣିବା ଲାଗି ବିମାନ କମ୍ପାନିଗୁଡ଼ିକ ପ୍ରସ୍ତୁତ ହେଉଛନ୍ତି।
ସୌଜନ୍ୟ ସମ୍ବାଦ




