ଦେଶ ବିଦେଶ

Quad Summit Manila: କ୍ବାର୍ଡ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସାରେ ପୋତିଲେ ଆମେରିକା ରାଷ୍ଟ୍ରପତି; କହିଲେ ଏମିତି କଥା

ଫିଲିପାଇନ୍ସର ରାଜଧାନୀ ମନିଲାରେ କ୍ବାର୍ଡରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକାଠି ଦେଖିବାକୁ ମିଳିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସାରେ ପୋତିଛନ୍ତି।

ମନିଲା: ଫିଲିପାଇନ୍ସର ରାଜଧାନୀ ମନିଲାରେ କ୍ବାର୍ଡରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକାଠି ଦେଖିବାକୁ ମିଳିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସାରେ ପୋତିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବହୁତ ଶକ୍ତିଶାଳୀ ବ୍ୟକ୍ତି। ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପ ଚୀନ ସହିତ ମତଭେଦ, ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଉତ୍ତର କୋରିଆର ନେତା କିମ ଜଙ୍ଗ ଉନ୍‌ଙ୍କ ସହିତ ସମ୍ଭାବ୍ୟ ଭେଟକୁ ନେଇ ମଧ୍ୟ ବୟାନ ଦେଇଛନ୍ତି। କ୍ବାର୍ଡ ନେତାଙ୍କ ସହିତ ମଞ୍ଚରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିବା ସହିତ ସେ ଜଣେ ଶକ୍ତିଶାଳୀ ମଣିଷ ବୋଲି କହିଛନ୍ତି। ଟ୍ରମ୍ପଙ୍କ ଏହି ଟିପ୍ପଣୀ ଉଭୟ ନେତାଙ୍କ ଭେଟ ସମୟରେ ଆସିଛି।

ଚୀନ ସହିତ ମତଭେଦକୁ ନେଇ ଗଣମାଧ୍ୟମର ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି, ମତଭେଦକୁ ଭଲଭାବରେ ପରିଚାଳନା କରାଯାଇଛି। ସେହିପରି ଇରାନ ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି, ଆମେରିକା ଏହାକୁ ବହୁତ ଗମ୍ଭୀରତା ସହିତ ନେଇଛି। ଆମେ ଏହାକୁ ବହୁତ ଗମ୍ଭୀରତାର ସହିତ ନେଉଛୁ। ଏହା କାରଣ ଯେ, ଇରାନ ପାଖରେ ପରମାଣୁ ଅସ୍ତ୍ର ନ ରହିବା ଦରକାର। ଉତ୍ତର କୋରିଆର ନେତା କିମ୍‌ ଜଙ୍ଗ ଉନ୍‌ଙ୍କ ସହିତ ସମ୍ଭାବ୍ୟ ବୈଠକକୁ ନେଇ ଟ୍ରମ୍ପ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କିମ ଜଙ୍ଗ ଉନ୍‌ ତାଙ୍କୁ ଭେଟିବା ଦରକାର। ଦେଖାଯାଉ ଆଗକୁ କ’ଣ ଘଟୁଛି।

ବିରଳ ମୃତ୍ତିକା ଉପାଦାନର ଉତ୍ପାଦନ ନେଇ ଟ୍ରମ୍ପ ଭାରତ ଏବଂ ଜାପାନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ସହିତ ଅନ୍ୟ ଦେଶ ମଧ୍ୟ ଏହି ଦିଗରେ ଦ୍ରୁତଗତିରେ କାମ କରୁଛନ୍ତି। ଏମିତିରେ ମଧ୍ୟ ‌ଉତ୍ପାଦନ କରୁଛନ୍ତି। ଜାପାନ କରୁଛି। ଭାରତ କରୁଛି। ଆମେ ସମସ୍ତେ ଏହା କରୁଛନ୍ତି। ବିରଳ ମୃତ୍ତିକା ଉପାଦାନ ଇଲେକ୍ଟ୍ରି ଯାନବାହନ, ଇଲେକ୍ଟ୍ରି ଉପକରଣ, ପ୍ରତିରକ୍ଷା ସାମଗ୍ରୀ ଏବଂ ଅନ୍ୟ ଆଧୁନିକ ଶିଳ୍ପରେ ବ୍ୟବହାର ହେଉଛି। ଏହି ଖଣିଜର ଆମଦାନୀ ‌ବିଶ୍ବର ଅର୍ଥବ୍ୟବସ୍ଥା ଏବଂ ପ୍ରଯୁକ୍ତି ଶିଳ୍ପ ପାଇଁ ଗୁରୁତ୍ବପୂର୍ଣ୍ଣ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button