ଦେଶ ବିଦେଶ

Cyclone: ବଙ୍ଗୋପ ସାଗରରେ ତୃତୀୟ ବାତ୍ୟା ନେଇ କ’ଣ କହିଲେ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ?

ବିଗତ କିଛି ଦିନ ମଧ୍ୟରେ ବଙ୍ଗୋପସାଗରରେ କ୍ରମାଗତ ଭାବେ ବାତ୍ୟା ଗତିବିଧି ଦେଖାଯାଉଛି। ଏହି ଗତିବିଧି ପାଣିପାଗ ବିଶେଷଜ୍ଞଙ୍କ ଧ୍ୟାନ କେନ୍ଦ୍ରିତ କରୁଛି। ବିଗତ ଦିନରେ ୨ଟି ବାତ୍ୟା ହୋଇ ସାରିଥିବା ବେଳେ ତୃତୀୟ ଥର ଏହା ସ୍ଥଳଭାଗ ଆଡ଼କୁ ମୁହାଁଉଥିବା...

ନୂଆଦିଲ୍ଲୀ: ବିଗତ କିଛି ଦିନ ମଧ୍ୟରେ ବଙ୍ଗୋପସାଗରରେ କ୍ରମାଗତ ଭାବେ ବାତ୍ୟା ଗତିବିଧି ଦେଖାଯାଉଛି। ଏହି ଗତିବିଧି ପାଣିପାଗ ବିଶେଷଜ୍ଞଙ୍କ ଧ୍ୟାନ କେନ୍ଦ୍ରିତ କରୁଛି। ବିଗତ ଦିନରେ ୨ଟି ବାତ୍ୟା ହୋଇ ସାରିଥିବା ବେଳେ ତୃତୀୟ ଥର ଏହା ସ୍ଥଳଭାଗ ଆଡ଼କୁ ମୁହାଁଉଥିବା ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ତେବେ ତିନିଟି ବାତ୍ୟା ଆନ୍ଧ୍ରପ୍ରଦେଶ ଅଭିମୁଖେ ଆସିବା ଦୁର୍ଲଭ ମଧ୍ୟ କୁହାଯାଉଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁସାରେ ଏହାର ପଛରେ ଏଲ ନିନୋ ଏବଂ ଭାରତ ମହାସାଗର ଡାଇ‌ପୋଲ ଭଳି ପ୍ରଣାଳୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି ଭଳି ପ୍ରଣାଳୀ ୧୯୮୭ ମସିହାରେ ଦେଖିବାକୁ ମିଳିଥିଲା। ସେହି ସମୟରେ ମଧ୍ୟ ଏଲ ନିନୋ ସ୍ଥିତି ଦେଖାଯାଇଥିଲା।

ଡ. ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ, ଏଲ ନିନୋର ପରିସ୍ଥିତିରେ ବଙ୍ଗୋପ ସାଗରର ଦକ୍ଷିଣ ପାର୍ଶ୍ବ ଏବଂ କମ ଅକ୍ଷାଂଶ ଆଖପାଖରେ ବାତ୍ୟା ପ୍ରଣାଳୀ ଅନୁକୁଳ ପରିସ୍ଥିତି ବିକଶିତ ହୋଇଥାଏ। ଏହି ଭଳି ପ୍ରଣାଳୀ ସବୁବେଳେ ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁର ଉପକୂଳ ଆଡ଼କୁ ବଢ଼ିବାରେ ସହାୟକ ହୁଏ। ଏଥର ମଧ୍ୟ ବାତ୍ୟା କ୍ରମାଗତ ଭାବେ ୨ଟି ବାତ୍ୟା ଆନ୍ଧ୍ର ପ୍ରଦେଶ ଦିଗରେ ବଢ଼ିଛି। ଏହାର କାରଣ ପାଣିପାଗ ପରିସ୍ଥିତି ହୋଇପାରେ। ଭାରତ ମହାସାଗରର ଡାଇପୋଲ ମଧ୍ୟ ଏହି ପ୍ରଣାଳୀକୁ ପ୍ରଭାବିତ କରିପାରେ।

ବଙ୍ଗୋପ ସାଗରରେ ୩ଟି ବାତ୍ୟା ଗଠନ ହେବା ସାଧାରଣ ପାଣିପାଗର ଗତିବିଧିର ଏକ ଅଂଶବିଶେଷ। ମାତ୍ର କ୍ରମାଗତ ୩ଟି ବାତ୍ୟା ଆନ୍ଧ୍ରପ୍ରଦେଶ ଆଡ଼କୁ ବଢ଼ିବା ସାଧାରଣ ଘଟଣା ନୁହେଁ। ଏଲ ନିନୋ ସମୟରେ ପ୍ରଶାନ୍ତ ମହାସାଗରର ତାପମାତ୍ରାରେ ପରିବର୍ତ୍ତନର ପ୍ରଭାବ ବିଶ୍ବ ବାୟୁମଣ୍ଡଳ ଉପରେ ପଡ଼ିଥାଏ। ଏହାର ପ୍ରଭାବ ଭାରତ ମହାସାଗର ଉପରେ ଦେଖାଯାଇଥାଏ। କୌଣସି ବାତ୍ୟାର ପୂରା ରାସ୍ତା କେବଳ ଏଲ ନିନୋ ଦ୍ବାରା ନିର୍ଦ୍ଧାରିତ ହୋଇ ନଥାଏ; ବରଂ ସମୁଦ୍ରର ପରିସ୍ଥିତି ଏବଂ ବାୟୁମଣ୍ଡଳ ପ୍ରଣାଳୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button