ଦେଶ ବିଦେଶ
QUAD ବୈଠକ ପୂର୍ବରୁ ମଞ୍ଚ ତଳୁ ତ୍ରିରଙ୍ଗା ଉଠାଇଲେ ମୋଦୀ, ପିଠି ଥାପୁଡ଼ାଇଲେ ଟ୍ରମ୍ପ
ଫିଲିପାଇନ୍ସର ରାଜଧାନୀ ମନିଲାରେ ମଙ୍ଗଳବାର ଅନୁଷ୍ଠିତ କ୍ୱାଡ୍ ନେତାମାନଙ୍କ ବୈଠକ ପୂର୍ବରୁ ଏକ ଛୋଟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବୈଠକ ସ୍ଥଳରେ ମିଳିତ ଫଟୋ ଉଠାଇବା ପାଇଁ ମଞ୍ଚ ଉପରେ ପହଞ୍ଚିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...

ନୂଆଦିଲ୍ଲୀ: ଫିଲିପାଇନ୍ସର ରାଜଧାନୀ ମନିଲାରେ ମଙ୍ଗଳବାର ଅନୁଷ୍ଠିତ କ୍ୱାଡ୍ ନେତାମାନଙ୍କ ବୈଠକ ପୂର୍ବରୁ ଏକ ଛୋଟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବୈଠକ ସ୍ଥଳରେ ମିଳିତ ଫଟୋ ଉଠାଇବା ପାଇଁ ମଞ୍ଚ ଉପରେ ପହଞ୍ଚିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଳେ ପଡ଼ିଯାଇଥିବା ଭାରତୀୟ ତ୍ରିରଙ୍ଗା ଚିତ୍ର ଥିବା ଏକ କାର୍ଡକୁ ଉଠାଇ ନିଜ ପକେଟ୍ରେ ରଖିଥିଲେ। ଏହା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପିଠି ଥାପୁଡ଼ାଇବା ସହ ଏହାକୁ ନିଜ ପାଖରେ ରଖିବାକୁ କହିଥିଲେ। ଏହି କିଛି ସେକେଣ୍ଡର ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି। ହ୍ବାଇଟ୍ ହାଉସ୍ ପକ୍ଷରୁ ମଧ୍ୟ ଏହି ଘଟଣାର ଭିଡିଓ ସେୟାର କରାଯାଇଛି।
ସୌଜନ୍ୟ ସମ୍ବାଦ



