ରାଜ୍ୟ

Police: ପୁଲିସ ଦାବି କଲେ ସ୍ବାସ୍ଥ୍ୟବୀମା, ଅଧିକ କ୍ଷତିପୂରଣ: ଦାବି ପୂରଣ ନହେଲେ ବିକଳ୍ପ ପନ୍ଥା ଚେତାବନୀ

ଓଡ଼ିଶା ପୁଲିସରେ କାର୍ଯ୍ୟରତ ୭୦ ହଜାରରୁ ଅଧିକ କର୍ମଚାରୀଙ୍କ ସ୍ବାସ୍ଥ୍ୟବୀମା ନାହିଁ। ନିକଟରେ ୬ ଜଣ ପୁଲିସ କର୍ମଚାରୀ ଦୁର୍ଘଟଣାର ଶିକାର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି।

କଟକ: ଓଡ଼ିଶା ପୁଲିସରେ କାର୍ଯ୍ୟରତ ୭୦ ହଜାରରୁ ଅଧିକ କର୍ମଚାରୀଙ୍କ ସ୍ବାସ୍ଥ୍ୟବୀମା ନାହିଁ। ନିକଟରେ ୬ ଜଣ ପୁଲିସ କର୍ମଚାରୀ ଦୁର୍ଘଟଣାର ଶିକାର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି। କିନ୍ତୁ ସେମାନଙ୍କ ପାଇଁ ସ୍ବାସ୍ଥ୍ୟବୀମା ବ୍ୟବସ୍ଥା ନଥିବାରୁ ଓଡ଼ିଶା ପୁଲିସ ଅଫିସର୍ସ ସଂଘ,  ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘ ସାମନାକୁ ଆସିଛନ୍ତି। ବହୁଦିନ ହେବ ସ୍ବାସ୍ଥ୍ୟ ବୀମା ପାଇଁ ଦାବି ହୋଇଆସୁଛି। ଦାବି ପୂରଣ ନହେଲେ ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ଉଭୟ ସଂଘ ଚେତାବନୀ ଦେଇଛନ୍ତି।

ଦାବି ପୂରଣ ନହେଲେ ବିକଳ୍ପ ପନ୍ଥା ଚେତାବନୀ
ଅଫିସର୍ସ ସଂଘ, ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘ ଏକଜୁଟ୍‌

ଓଡ଼ିଶା ପୁଲିସ ପକ୍ଷରୁ ପୁଲିସ କର୍ମଚାରୀଙ୍କ ପାଇଁ କୌଣସି ପ୍ରକାର ସ୍ବାସ୍ଥ୍ୟବୀମା ବ୍ୟବସ୍ଥା ନ ଥିବାରୁ ଆହତ ପୁଲିସ କର୍ମଚାରୀମାନେ ଘରୋଇ ଡାକ୍ତରଖାନାରେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହେଉଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ ନିକଟରେ ଦୁର୍ଘଟଣାରେ ମୃତ ଦୁଇ କନେଷ୍ଟବଳ ଅଜୟ ବାରିକ ଓ ହିମାଂଶୁ ରାୟଙ୍କୁ ଏଯାଏଁ ରାଜ୍ୟ ସରକାର ସହିଦ ଘୋଷଣା କରିନାହାନ୍ତି। ୨୦୨୩ ଜୁନ ୧୬ରେ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, କର୍ତ୍ତବ୍ୟ ସମୟରେ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ସମ୍ପୂର୍ଣ୍ଣ ଅକ୍ଷମତା କ୍ଷେତ୍ରରେ ୫ ଲକ୍ଷ ଟଙ୍କା ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଏହି ଅନୁକମ୍ପା ରାଶି ବୃଦ୍ଧି କରିବାକୁ ଉଭୟ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖାଯାଇଛି। କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ୫୦ ଲକ୍ଷ ଟଙ୍କା, ସମ୍ପୂର୍ଣ୍ଣ ଅକ୍ଷମ ହେଲେ ୨୫ ଲକ୍ଷ ଓ ଆଂଶିକ ଅକ୍ଷମ ହେଲେ ୧୫ ଲକ୍ଷ ଟଙ୍କା ପ୍ରଦାନ ଏବଂ ମୃତକଙ୍କ ପରିବାରର ଜଣକୁ ଗ୍ରୁପ ସି ଚାକିରି ପ୍ରଦାନ ପାଇଁ ଦାବି ହୋଇଛି। କର୍ତ୍ତବ୍ୟ ସମୟରେ ଆହତ ହେଲେ ପୁଲିସ କର୍ମଚାରୀଙ୍କ ଚିକିତ୍ସା ଅବଧିକୁ ଛୁଟି ଭାବେ ନୁହେଁ, ବରଂ କର୍ତ୍ତବ୍ୟରତ ସମୟ ଭାବେ ଗଣନା କରିବାକୁ ଦାବି କରାଯାଇଛି।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button