ଖେଳ

PV Sindhu: ୪ ବର୍ଷ ପରେ ଶୀର୍ଷ ୫କୁ ଫେରିଲେ ସିନ୍ଧୁ

ଦୁଇ ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ପ୍ରାୟ ୪ ବର୍ଷ ପରେ ପୁଣି ଥରେ ବିଶ୍ବ ବ୍ୟାଡ୍‌ମିଣ୍ଟନ ମହିଳା ଏକକ ମାନ୍ୟତାର ଶୀର୍ଷ ୫କୁ ଫେରିଛନ୍ତି। ନିକଟରେ ଏହି ଭାରତୀୟ ତାରକା ଫ୍ରେଞ୍ଚ ଓପନ୍‌ରେ ଉପବିଜୟନୀ ହୋଇଥିଲା ବେଳେ ହାଇଲୋ ଓପନ୍‌ ଜିତିଥିଲେ। ଏହି ସଫଳତା ତାଙ୍କୁ ଶୀର୍ଷ ୫ରେ...

ନୂଆଦିଲ୍ଲୀ: ଦୁଇ ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ପ୍ରାୟ ୪ ବର୍ଷ ପରେ ପୁଣି ଥରେ ବିଶ୍ବ ବ୍ୟାଡ୍‌ମିଣ୍ଟନ ମହିଳା ଏକକ ମାନ୍ୟତାର ଶୀର୍ଷ ୫କୁ ଫେରିଛନ୍ତି। ନିକଟରେ ଏହି ଭାରତୀୟ ତାରକା ଫ୍ରେଞ୍ଚ ଓପନ୍‌ରେ ଉପବିଜୟନୀ ହୋଇଥିଲା ବେଳେ ହାଇଲୋ ଓପନ୍‌ ଜିତିଥିଲେ। ଏହି ସଫଳତା ତାଙ୍କୁ ଶୀର୍ଷ ୫ରେ ପହଞ୍ଚାଇଛି। ଶେଷ ଥର ଲାଗି ଏହି ୩୧ ବର୍ଷୀୟା ସିନ୍ଧୁ ୨୦୨୨ ନଭେମ୍ବରରେ ଶୀର୍ଷ ୫ ମାନ୍ୟତା ଭିତରେ ରହିଥିଲେ।

ଯୁବା ଭାରତୀୟ ଖେଳାଳି ତନ୍ବୀ ଶର୍ମା (୨୧) ଶୀର୍ଷ ୨୦ର ନିକଟତର ହୋଇଛନ୍ତି ପୁରୁଷ ଏକକରେ ଲକ୍ଷ୍ୟ ସେନ୍‌ ଶୀର୍ଷ ୧୦ର ନିକଟର ଅଛନ୍ତି। ହାଇଲୋ ଓପନ୍‌ ପରେ ଗତ ସପ୍ତାହରେ ଜାପାନ ମାଷ୍ଟର୍ସ ସୁପର ୫୦୦ ମୁକୁଟ କରାୟତ୍ତ କରିଥିବା ଲକ୍ଷ୍ୟ ଏବେ ୧୧ତମ ସ୍ଥାନରେ ରହିଛନ୍ତି। ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପୂର୍ବ ପରି ଷଷ୍ଠରେ ଥିଲା ବେଳେ ମହିଳା ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଗୋଟିଏ ସ୍ଥାନ ଉଠି ୧୯ରେ ପହଞ୍ଚିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button