ଖେଳରାଜ୍ୟ

SAFF Championship Football: ସାଫ୍‌ ଚାମ୍ପିଅନସିପ୍‌ ଫୁଟ୍‌ବଲ୍‌: ପାକିସ୍ତାନ ଚିତ୍, ଭାରତକୁ ଦଶମ ଟ୍ରଫି

ଖେଳ ପଡ଼ିଆରେ ଭାରତୀୟ ଖେଳାଳିମାନେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଉପରେ ନିଜ ଦବ୍‌ଦବା କାଏମ ରଖିଛନ୍ତି। ଭାରତୀୟ ୧୯ବର୍ଷରୁ କମ୍‌ କ୍ରିକେଟ୍‌ ଦଳ ପାକିସ୍ତାନକୁ ଉତ୍କଣ୍ଠପୂର୍ଣ୍ଣ ଭାବେ ହରାଇ ଏସିଆ କପ୍‌ ଟ୍ରଫି ଜିତିଥିଲା।

ଢାକା: ଖେଳ ପଡ଼ିଆରେ ଭାରତୀୟ ଖେଳାଳିମାନେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଉପରେ ନିଜ ଦବ୍‌ଦବା କାଏମ ରଖିଛନ୍ତି। ଭାରତୀୟ ୧୯ବର୍ଷରୁ କମ୍‌ କ୍ରିକେଟ୍‌ ଦଳ ପାକିସ୍ତାନକୁ ଉତ୍କଣ୍ଠପୂର୍ଣ୍ଣ ଭାବେ ହରାଇ ଏସିଆ କପ୍‌ ଟ୍ରଫି ଜିତିଥିଲା। ଅନୁରୂପ ଭାବେ ଫୁଟ୍‌ବଲ୍‌ ମଇଦାନରେ ମଧ୍ୟ ପାକିସ୍ତାନକୁ ଭାରତ ମଙ୍ଗଳବାର ଅତି ରୋମାଞ୍ଚକ ଢଙ୍ଗରେ ଧୂଳି ଚଟାଇଛି। ଅପୂର୍ବ ଉତ୍କଣ୍ଠାପୂର୍ଣ୍ଣ ଓ ଅବର୍ଣ୍ଣନୀୟ ରୋମାଞ୍ଚ ଭରା ଫାଇନାଲ୍‌ରେ ପାକିସ୍ତାନକୁ ୨-୧ ଗୋଲ୍‌ରେ ପରାସ୍ତ କରି ଦଶମ ଥର ପାଇଁ ସାଫ୍‌ ଚାମ୍ପିଅନସିପ୍‌ ଟାଇଟଲ ଜିତି ନେଇଛି ଭାରତ। ମହତ୍ତ୍ବପୂର୍ଣ୍ଣ କଥା ହେଲା ଏହି ମ୍ୟାଚ୍‌ରେ ୧୯ବର୍ଷରୁ କମ୍‌ କ୍ରିକେଟ୍‌ ଏସିଆ କପ୍‌ର ଫାଇନାଲ୍‌ ଭଳି ପାକିସ୍ତାନ ଫୁଟ୍‌ବଲ୍‌ ଦଳ ମଧ୍ୟ  ପ୍ରାଧାନ୍ୟ ବିସ୍ତାର କରିଥିଲା। ‌ହେଲେ ଠିକଣା ସମୟରେ ଦୁଇଟି ଗୋଲ୍‌ ଦେଇ ଭାରତୀୟ ଖେଳାଳିମାନେ ତା’ ପଞ୍ଝାରୁ ଆଉ ଏକ ଟ୍ରଫି ଛଡ଼ାଇ ଆଣିଥିଲେ।

ସାରା ଏସିଆ ମହାଦେଶର ଫୁଟ୍‌ବଲ୍‌ପ୍ରେମୀଙ୍କ ନଜର ଥିଲା ଏହି ମ୍ୟାଚ୍‌ ଉପରେ। ପାକିସ୍ତାନ ପ୍ରଥମ ଥର ଫାଇନାଲ୍‌କୁ ଯାଇଥିବାରୁ ଚିରାଚରିତ ଭାବେ ଏହି ଦେଶର ଫୁଟ୍‌ବଲ୍‌ପ୍ରେମୀ ସାମାଜିକ ଗଣମାଧ୍ୟମରେ ବିଜୟର ବାହାସ୍ଫୋଟ ମାରି ଚାଲିଥିଲେ। ଭାରତୀୟ ଖେଳାଳି ମଧ୍ୟ ଅପ୍ରତ୍ୟାଶିତ ଭାବେ ପ୍ରଥମାର୍ଦ୍ଧରେ ଥଣ୍ଡା ପଡ଼ି ଯାଇଥିଲେ। ଏହାର ସୁଯୋଗ ନେଇ ପ୍ରଥମାର୍ଦ୍ଧର ଶେଷ ମିନିଟ୍‌ରେ ଗୋଲ୍‌ ଦେଇ ପାକିସ୍ତାନ ୧-୦ରେ ଆଗୁଆ ହୋଇଯାଇଥିଲା। ମଧ୍ୟାନ୍ତର ପରେ କିନ୍ତୁ ଭାରତ ତା’ର ଆକ୍ରମଣକୁ ଜୋରଦାର ଓ ଲକ୍ଷ୍ୟଭେଦି କରିଥିଲା। ପାକିସ୍ତାନ ରକ୍ଷଣଭାଗକୁ ଉପରେ ବରାବର ଚାପ ସୃଷ୍ଟି କରି ଲଗାତାର ଗୋଲ୍‌ ସୁଯୋଗ ସୃଷ୍ଟି କରି ଚାଲିଥିଲା। ଶେଷରେ ୬୧ତମ ମିନିଟ୍‌ରେ ସ୍ଥିତି ବରାବର କରି ନେଇଥିଲା। ପୁଣି ୮୮ ମିନିଟ୍‌ରେ ଗୋଲ୍ ଦେଇ ମ୍ୟାଚ୍‌ ସହ ଟ୍ରଫି ଜିତି ନେଇଥିଲା। ଲିଗ୍‌ ପର୍ଯ୍ୟାୟରେ ମଧ୍ୟ ଭାରତ ୩-୨ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତୀୟ ଦଳରେ ବହୁ ୨୩ ବର୍ଷରୁ କମ୍‌ ବର୍ଗର ଖେଳାଳି ଥିବାରୁ ଚଳିତ ବର୍ଷର କପ୍‌ ବିଜୟ ଅନ୍ୟ ସବୁବର୍ଷଠାରୁ ସ୍ବତନ୍ତ୍ର ଓ ସ୍ମରଣୀୟ ଥିଲା। ପାକିସ୍ତାନର ଏକମାତ୍ର ଗୋଲ୍‌ ଆଗଲଗିର ଅଲୀ ଘାଜି ଦେଇଥିଲେ। ଅନ୍ୟପକ୍ଷରେ ଭାରତ ପାଇଁ ସୁହେଲ ଅହମ୍ମଦ ଭଟ  ଓ ସନ୍ଦୀପ ମାନ୍ଦୀ ଗୋଲ୍‌ କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button