ରାଜ୍ୟ
Fire: ଗ୍ୟାରେଜରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ ବାଇକ
ଅଗ୍ନିକାଣ୍ଡ ଘଟି ଜଳିଗଲା ବାଇକ, ବିଳମ୍ବିତ ରାତିରେ ଗ୍ୟାରେଜରେ ନିଆଁ ଲାଗି ୩ ବାଇକ ଜଳି ପୋଡି ପାଉଁଶ ହୋଇ ଯାଇଛି | କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା କୁଶକଳା ବଜାରରେ ଥିବା ଏସକେ ମୋଟର ବାଇକ ଗ୍ୟାରେଜରେ ହଠାତ ନିଆଁ ଲାଗି ଯାଇଥିଲା |

ବାଂଶପାଳ: ଅଗ୍ନିକାଣ୍ଡ ଘଟି ଜଳିଗଲା ବାଇକ, ବିଳମ୍ବିତ ରାତିରେ ଗ୍ୟାରେଜରେ ନିଆଁ ଲାଗି ୩ ବାଇକ ଜଳି ପୋଡି ପାଉଁଶ ହୋଇ ଯାଇଛି | କେନ୍ଦୁଝରଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା କୁଶକଳା ବଜାରରେ ଥିବା ଏସକେ ମୋଟର ବାଇକ ଗ୍ୟାରେଜରେ ହଠାତ ନିଆଁ ଲାଗି ଯାଇଥିଲା | ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ହେଁ ୩ଟି ବାଇକ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି |
ସୌଜନ୍ୟ ସମ୍ବାଦ




