ରାଜ୍ୟ

Officer: ଏମିତି ଅଫିସର ଦେଖିନଥିବେ: ଲୋକଙ୍କୁ ହାତ ଯୋଡି ସୁରକ୍ଷିତ ସ୍ଥାନକୁ ଯିବାକୁ ନିବେଦନ କଲେ ଅଧିକାରୀ

ଏହି ସମୟରେ ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ସମୀର କୁମାର ଜେନା ନିଜେ ଗ୍ରାମବାସୀଙ୍କ ହାତ ଧରି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଚାଲିଯିବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି।

ଛତ୍ରପୁର: ସମ୍ଭାବ୍ୟ ବାତ୍ୟା ‘ଅକବାନ’କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ଜୋରଦାର ଚାଲିଛି ଜନସ୍ଥାନାନ୍ତରଣ କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ନୁଆଁଗୋଳାବନ୍ଧ ଅଞ୍ଚଳରେ ପୁଲିସ ଫୋର୍ସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ନିବେଦନ କରାଯାଉଛି।ଏହି ସମୟରେ ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ସମୀର କୁମାର ଜେନା ନିଜେ ଗ୍ରାମବାସୀଙ୍କ ହାତ ଧରି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଚାଲିଯିବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି। ବାତ୍ୟା ସମୟରେ ଜୀବନହାନି ରୋକିବା ଏବଂ ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପ୍ରଶାସନ ପକ୍ଷରୁ ଏଭଳି ମାନବିକ ପ୍ରୟାସ ଜାରି ରହିଛି।

ରଙ୍ଗେଇଲୁଣ୍ଡା ବିଡିଓ, ଥାନା ଅଧିକାରୀ ଓ ପୁଲିସ କର୍ମଚାରୀଙ୍କ ସହଯୋଗରେ ଗ୍ରାମବାସୀଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ବିଶେଷକରି ବୃଦ୍ଧବୃଦ୍ଧା, ମହିଳା, ଶିଶୁ ଓ ଅସହାୟ ବ୍ୟକ୍ତିଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି।
ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧାର ବ୍ୟବସ୍ଥା କରାଯାଇଛି। ବାତ୍ୟାର ମୁକାବିଲା ଏବଂ ଲୋକଙ୍କ ଜୀବନ ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଦିନରାତି ତତ୍ପର ରହିଥିବା ବେଳେ ଲୋକମାନେ ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶ ମାନି ସୁରକ୍ଷିତ ସ୍ଥାନକୁ ଯିବାକୁ ସିଡିଓ ନିବେଦନ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button