ଖେଳ

Indian footballers: ଭାରତୀୟ ଫୁଟବଲର୍‌ଙ୍କୁ ପାକ୍‌ ଖେଳାଳିଙ୍କ ଗାର୍ଡ ଅଫ୍‌ ଅନର୍‌

ସାଫ୍‌ ଚାମ୍ପିଅନ୍‌ସିପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଭାରତ ରେକର୍ଡ ଦଶମ ଥର ପାଇଁ ବିଜେତା ହୋଇଛି। ମଙ୍ଗଳବାର ଫାଇନାଲ୍‌ରେ ଭାରତ ୨-୧ ଗୋଲ୍‌ରେ ପାକିସ୍ତାନକୁ ହରାଇ କ୍ରମାଗତ ତୃତୀୟ ଥର ଟ୍ରଫି ଜିତିଛି।

ଢାକା: ସାଫ୍‌ ଚାମ୍ପିଅନ୍‌ସିପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଭାରତ ରେକର୍ଡ ଦଶମ ଥର ପାଇଁ ବିଜେତା ହୋଇଛି। ମଙ୍ଗଳବାର ଫାଇନାଲ୍‌ରେ ଭାରତ ୨-୧ ଗୋଲ୍‌ରେ ପାକିସ୍ତାନକୁ ହରାଇ କ୍ରମାଗତ ତୃତୀୟ ଥର ଟ୍ରଫି ଜିତିଛି। ତେବେ ମ୍ୟାଚ୍‌ ପରେ ଉଭୟ ଦଳର କ୍ରୀଡ଼ାସୁଲଭ ଆଚରଣ ବିଶେଷ ଚର୍ଚ୍ଚାର ବିଷୟ ହୋଇଛି। ମ୍ୟାଚ୍‌ ପରେ ଭାରତୀୟ ଖେଳାଳିମାନେ ପରାଜିତ ପାକିସ୍ତାନ ଖେଳାଳିଙ୍କୁ ସାନ୍ତ୍ୱନା ଦେଇଥିଲେ। ଏହାର ଜବାବରେ ପାକିସ୍ତାନ ଦଳ ଭାରତୀୟ ଖେଳାଳିଙ୍କୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରିଥିଲା। ଭାରତୀୟ ଖେଳାଳିମାନେ ହାତ ମିଳାଇ ଏହି ସମ୍ମାନର ଜବାବ ଦେଇଥିଲେ। ପ୍ରଥମ ଥର ସାଫ୍‌ ଫାଇନାଲ୍‌ ଖେଳିଥିବା ପାକିସ୍ତାନ ପାଇଁ ଏହି ପରାଜୟ ନିରାଶାଜନକ ହୋଇଥିଲେ ମଧ୍ୟ ମ୍ୟାଚ୍‌ ପରବର୍ତ୍ତୀ ଏହି ଦୃଶ୍ୟ ଫୁଟ୍‌ବଲ୍‌ରେ ଖେଳୁଆଡ଼ ମନୋଭାବର ଉଦାହରଣ ପାଲଟିଥିଲା।

ପ୍ରଥମାର୍ଦ୍ଧରେ ଆଲମଗିର ଗାଜିଙ୍କ ଗୋଲ୍‌ ବଳରେ ପାକିସ୍ତାନ ୧-୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଜୁନୈଦ ଶାହଙ୍କୁ ରେଡ୍‌କାର୍ଡ ମିଳିବା ପରେ ଭାରତ ସଂଖ୍ୟାଧିକ ଖେଳାଳିଙ୍କ ସୁଯୋଗ ନେଇଥିଲା। ସୁହେଲ ଅହମ୍ମଦ ଭଟ୍ଟ ଗୋଲ୍‌ ଦେଇ ସ୍ଥିତି ବରାବର କରିଥିଲେ। ମ୍ୟାଚ୍‌ ଶେଷ ହେବାର ଦୁଇ ମିନିଟ୍‌ ପୂର୍ବରୁ ସନ୍ଦୀପ ମାଣ୍ଡି ହେଡର୍‌ ଜରିଆରେ ବିଜୟସୂଚକ ଗୋଲ୍‌ ଦେଇଥିଲେ। ସୁହେଲ ଟୁର୍ଣ୍ଣାମେଣ୍ଟର ଗୋଲ୍ଡେନ୍‌ ବୁଟ୍‌ ଓ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button