Cricket: ସେହବାଗଙ୍କ ଅଲୋଡ଼ା ରେକର୍ଡ ସହ ସମକକ୍ଷ ହେଲେ ଟମ୍ ଲାଥମ
ଗୁରୁବାରଠୁ ଆରମ୍ଭ ହୋଇଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍ ଲାଥମ ଏକ ଅଲୋଡ଼ା ରେକର୍ଡ କରିଛନ୍ତି।

ୱେଲିଂଟନ୍: ଗୁରୁବାରଠୁ ଆରମ୍ଭ ହୋଇଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍ ଲାଥମ ଏକ ଅଲୋଡ଼ା ରେକର୍ଡ କରିଛନ୍ତି। ବାସିନ ରିଜର୍ଭରେ ଚାଲିଥିବା ଏହି ମ୍ୟାଚ୍ର ତୃତୀୟ ବଲ୍ରେ ଲାଥମ ଖାତା ଖୋଲିବା ପୂର୍ବରୁ ଯଶପ୍ରୀତ ବୁମ୍ରାଙ୍କ ତୃତୀୟ ବଲ୍ରେ ବୋଲ୍ଡ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ଏଥିସହ ଏହି ବାମହାତୀ ବ୍ୟାଟର୍ ଭାରତ ବିପକ୍ଷ ଘରୋଇ ଟେଷ୍ଟ୍ରେ ‘ଡକ୍’ରେ ଆଉଟ ହେବାରେ ନ୍ୟୁଜିଲାଣ୍ଡର ଚତୁର୍ଥ ଅଧିନାୟକ ହୋଇଛନ୍ତି।
ଅଲୋଡ଼ା ରେକର୍ଡ କରିଛନ୍ତି ଟମ୍ ଲାଥମ
ତାଙ୍କ ପୂର୍ବରୁ ବାରି ସିନକ୍ଲାଇର (୧୯୬୮), ଜିଓଫ ହାୱାର୍ଥ (୧୯୮୧), ଷ୍ଟିଫେନ୍ ଫ୍ଲେମିଂ (୧୯୯୯) ଶୂନରେ ଆଉଟ ହୋଇଥିଲେ। ସେହିପରି ୩୪ ବର୍ଷୀୟ ଲାଥମ ଓପନର୍ ଭାବେ ସର୍ବାଧିକ ଥର ଶୂନରେ ଆଉଟ୍ ହେବାରେ ପୂର୍ବତନ ଭାରତୀୟ ବ୍ୟାଟର୍ ବୀରେନ୍ଦ୍ର ସେହବାଗ (୧୫)ଙ୍କ ସମକକ୍ଷ ହୋଇଛନ୍ତି। ଏହି ଦୁହିଁଙ୍କ ଆଗରେ ୱେଷ୍ଟଇଣ୍ଡିଜ୍ର କ୍ରେଗ୍ ବ୍ରେଥୱେଟ୍ (୧୯), ଇଂଲଣ୍ଡର ମାଇକ ଆଥରଟନ (୧୭) ଓ ଶ୍ରୀଲଙ୍କାର ମାରଭାନ ଆଟାପାଟୁ (୧୬) ରହିଛନ୍ତି।
ସୌଜନ୍ୟ ସମ୍ବାଦ




