KKR Ownership: କେକେଆର୍ର ଫ୍ରାଞ୍ଚାଇଜିରେ ଥିବା ୨୨.୫% ଅଂଶଧନ କିଣିବ ଆମେରିକୀୟ ସଂସ୍ଥା ଆରେସ୍ ମ୍ୟାନେଜମେଣ୍ଟ
କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ସହମାଲିକ ଜୟ ମେହେଟା ଫ୍ରାଞ୍ଚାଇଜିରେ ଥିବା ନିଜ ଅଂଶଧନର ଅଧା ବିକ୍ରି କରିବେ। ତାଙ୍କର ଏହି ୨୨.୫ ପ୍ରତିଶତ ଅଂଶଧନକୁ ଆମେରିକୀୟ ସଂସ୍ଥା ଆରେସ୍ ମ୍ୟାନେଜମେଣ୍ଟ ୪୦ କୋଟି ଡଲାର (ପ୍ରାୟ ୩,୩୨୦ କୋଟି ଟଙ୍କା)ରେ କିଣିବ।

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ସହମାଲିକ ଜୟ ମେହେଟା ଫ୍ରାଞ୍ଚାଇଜିରେ ଥିବା ନିଜ ଅଂଶଧନର ଅଧା ବିକ୍ରି କରିବେ। ତାଙ୍କର ଏହି ୨୨.୫ ପ୍ରତିଶତ ଅଂଶଧନକୁ ଆମେରିକୀୟ ସଂସ୍ଥା ଆରେସ୍ ମ୍ୟାନେଜମେଣ୍ଟ ୪୦ କୋଟି ଡଲାର (ପ୍ରାୟ ୩,୩୨୦ କୋଟି ଟଙ୍କା)ରେ କିଣିବ। ଏହି ଚୁକ୍ତି ପ୍ରାୟ ଚୂଡ଼ାନ୍ତ ହୋଇଥିବା ବେଳେ ବିସିସିଆଇର ଅନୁମୋଦନକୁ ଅପେକ୍ଷା ରହିଛି। ବିକ୍ରି ମୂଲ୍ୟର ୫ ପ୍ରତିଶତ ଅର୍ଥାତ୍ ପ୍ରାୟ ୨୦ ନିୟୁତ ଡଲାର ବିସିସିଆଇ ପାଇବ। ଏହି କାରବାର ଅନୁଯାୟୀ କେକେଆର୍ର ମୋଟ ମୂଲ୍ୟ ୧.୭୮ ବିଲିୟନ ଡଲାର (ପ୍ରାୟ ୧୬,୬୩୪ କୋଟି ଟଙ୍କା) ହୋଇଥିବା ଜଣାପଡ଼ିଛି।
ଚୂଡ଼ାନ୍ତ ହୋଇଛି ଚୁକ୍ତି
ସଂପ୍ରତି କେକେଆର୍ରେ ଜୟ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଜୁହି ଚାୱଲାଙ୍କ ୪୫ ପ୍ରତିଶତ ଅଂଶଧନ ରହିଛି। ଏହାର ସହମାଲିକ ଥିବା ବଲିଉଡ୍ ଅଭିନେତା ଶାହରୁଖ ଖାନ୍ଙ୍କ ପାଖରେ ୫୫ ପ୍ରତିଶତ ଅଂଶଧନ ଅଛି। ପ୍ରିମିୟମ୍ ଫୁଟବଲ୍ ଲିଗ୍ର ଚେଲ୍ସି ଏଫ୍ସି ଏବଂ ଏନ୍ଏଲ୍ଏଫ୍ର ମିଆମି ଡଲଫିନ୍ସ ସମେତ ବିଭିନ୍ନ କ୍ରୀଡ଼ାରେ ଏହି ସଂସ୍ଥା ନିବେଶ କରିଛି। ଇଂଲଣ୍ଡର କ୍ରିକେଟ୍ ଲିଗ୍ ‘ଦ ହଣ୍ଡ୍ରେଡ୍’ର ଫ୍ରାଞ୍ଚାଇଜି ଟ୍ରେଣ୍ଟ୍ ରକେଟ୍ସ ଦଳର ମଧ୍ୟ ସହମାଲିକ ଅଛି। ସୂଚନାଯୋଗ୍ୟ ଯେ କେକେଆର୍ ୨୦୧୨, ୨୦୧୪ ଓ ୨୦୨୪ରେ ଆଇପିଏଲ୍ ବିଜେତା ଏବଂ ୨୦୨୧ରେ ଉପବିଜେତା ହୋଇଥିଲା।
ସୌଜନ୍ୟ ସମ୍ବାଦ




