ରାଜ୍ୟ

Orangutan remains a mystery: ରହସ୍ୟରେ ରହିଗଲେ ଓରାଂଉଟାନ୍‌: ଅପରାଧୀଙ୍କ ଟେର୍‌ ପାଇଲାନି ଏସ୍‌ଟିଏଫ୍‌

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ୫ଟି ଓରାଂଉଟାନ୍‌ଙ୍କ ଭବିଷ୍ୟତ କ’ଣ ହେବ? ଉଦ୍ଧାରକୁ ଅଢ଼େଇ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କ ପ୍ରଜାତି ସମ୍ପର୍କରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନାହିଁ।

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ୫ଟି ଓରାଂଉଟାନ୍‌ଙ୍କ ଭବିଷ୍ୟତ କ’ଣ ହେବ? ଉଦ୍ଧାରକୁ ଅଢ଼େଇ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କ ପ୍ରଜାତି ସମ୍ପର୍କରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନାହିଁ। ଟାକ୍ସୋନୋମିକ୍‌ ବିଶ୍ଳେଷଣ ପାଇଁ କଲିକତାସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥା (ଜେଡ୍‌ଏସ୍‌ଆଇ)ଙ୍କୁ ସେମାନଙ୍କ ରକ୍ତ ନମୁନା ପଠାଯାଇଥିଲେ ମଧ୍ୟ ରିପୋର୍ଟ ଆସି ପାରିନାହିଁ। କେଉଁ ଦେଶରୁ ଏମାନେ ଆସିଛନ୍ତି, କେଉଁ ପ୍ରଜାତିର, ବୟସ କେତେ, ଆଗରୁ ଭାରତକୁ ଏମାନଙ୍କର କୌଣସି ବଂଶୋଦ୍ଭବ ଆସିଥିଲେ କି ନାହିଁ ତାହାର ଯାଞ୍ଚ କରିବାକୁ ଜେଡ୍‌ଏସ୍‌ଆଇକୁ ଦାୟିତ୍ବ ଦିଆଯାଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ରିପୋର୍ଟ ହସ୍ତଗତ ହୋଇପାରି ନାହିଁ। ଗତ ସପ୍ତାହରେ ରିପୋର୍ଟ ମିଳିବ ବୋଲି ଆଶା କରାଯାଉଥିଲେ ମଧ୍ୟ ତାହା ସମ୍ଭବପର ହୋଇ ନ ଥିବା ଜଣାପଡ଼ିଛି। ଏହି ରିପୋର୍ଟ ଆସିବା ପରେ ଏମାନଙ୍କ ପ୍ରକୃତ ପ୍ରଜାତି ଜଣାପଡ଼ିବା ସହ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଜଣେ ଅଧିକାରୀ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button