Villagers: ରାସ୍ତା ପାଇଁ ସତ୍ୟାଗ୍ରହ: ପଦଯାତ୍ରାରେ ବାହାରିଲେ ପୂଜାରୀବମ୍ବୁ ଗ୍ରାମବାସୀ
ଗ୍ରାମବାସୀମାନେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନକୁ ନେଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେବା ପରେ କୈଣସି ସୁଫଳ ନମିଳିବାରୁ ଆଜି ଗ୍ରାମବାସୀ ଗଣତାନ୍ତ୍ରିକ ପଦଯାତ୍ରା ଓ ତିନିଦିନିଆ ଅହିଂସା ସତ୍ଯାଗ୍ରହ ଆରମ୍ଭ କରିଛନ୍ତି।

ରାୟଗଡ଼ା(ଶିବ ପ୍ରସାଦ ଦୋରା): ପୂଜାରୀବମ୍ବୁ ଗ୍ରାମକୁ ରାସ୍ତା ପାଇଁ ହେଉଥିବା ଦାବି ଓ ଏଥିପାଇଁ ହେଉଥିବା ପ୍ରଶାସନିକ ଆଲୋଚନାରେ କୌଣସି ନିଷ୍କର୍ଷ ବାହାରିନଥିବା ଓ ଆଲୋଚନା ବିଫଳ ହୋଇଥିବାରୁ ଆଜି ପୂଜାରୀବମ୍ବୁ ଗ୍ରାମବାସୀସତ୍ୟାଗ୍ରହ ଆରମ୍ଭ କରିବା ସହ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଦଯାତ୍ରାରେ ବାହାରିଛନ୍ତି I ସ୍ବାଧୀନତାର ୮ ଦଶନ୍ଧି ପରେ ମଧ୍ଯ ଲୋକେ ରାସ୍ତା ଭଳି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଯୋଗୁଁ ଆଜି ପ୍ରଶାସନିକ ଅବହେଳାକୁ ବିରୋଧ କରି ସତ୍ୟାଗ୍ରହ ଆରମ୍ଭ କରିଛନ୍ତି।
ଇଛାମୃତ୍ଯୁ ପାଇଁ ରାଷ୍ଟ୍ରପତିଙ୍କୁ ଆବେଦନ କରିବେ
ଗ୍ରାମବାସୀମାନେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନକୁ ନେଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେବା ପରେ କୈଣସି ସୁଫଳ ନମିଳିବାରୁ ଆଜି ଗ୍ରାମବାସୀ ଗଣତାନ୍ତ୍ରିକ ପଦଯାତ୍ରା ଓ ତିନିଦିନିଆ ଅହିଂସା ସତ୍ଯାଗ୍ରହ ଆରମ୍ଭ କରିଛନ୍ତି। ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୬ କିମି ଦୂରରେ ଥିବା ସଦର ବ୍ଲକ ପୂଜାରୀବମ୍ବୁ ଗ୍ରାମରେ ପକ୍କା ରାସ୍ତା ନଥିବା ଯୋଗୁଁ ଭରା ନାଗାବଳୀ ନଦୀ ପାର କରି ଗର୍ଭବତୀ, ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେଉଛନ୍ତି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଲଗାତର ପ୍ରକାଶିତ ହେବା ପରେ ଗାଁରେ ପ୍ରଶାସନ ପହଞ୍ଚିଥିଲା। ହେଲେ ରାସ୍ତା ନିର୍ମାଣ ପାଇଁ କୈଣସି ଲିଖିତ ପ୍ରତିଶ୍ରୃତି ନମିଳିବାରୁ ଆଜି ଗ୍ରାମର ଆବାଳବୃଦ୍ଧବନିତା ୬ କିଲୋମିଟର ଚାଲିଚାଲି ପଦଯାତ୍ରା ଆରମ୍ଭ କରିଛନ୍ତି। ଆଉ କିଛି ସମୟ ପରେ ଏମାନେ ରାୟଗଡ଼ାରେ ପହଞ୍ଚିବା ସହ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଆଗରେ ଅହିଂସା ସତ୍ଯାଗ୍ରହ ଆରମ୍ଭ କରିବେ। ପ୍ରଶାସନ ତୁରନ୍ତ ଏମାନଙ୍କ ଦୁଃଖ ନବୁଝିଲେ ଇଛାମୃତ୍ଯୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଆବେଦନ କରିବେ ବୋଲି ଗ୍ରାମବାସୀ କହିଛନ୍ତି। ବର୍ଷା ଦିନେ ପୂଜାରୀବମ୍ବୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I
ସୌଜନ୍ୟ ସମ୍ବାଦ




